ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ 

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ 

ରାଉରକେଲା/ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ-କୁଦ ପ୍ରତିଯୋଗିତାର ଚତୁର୍ଥ ଦିନରେ ବିଭିନ୍ନ ଖେଳ-କୁଦ ପ୍ରତିଯୋଗିତା ସହିତ ରସି ଟଣା ଖେଳ ବା ଟଗ୍‌ ଅଫ୍‌ ୱାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ସଂଯୋଜକ ପ୍ରଦୀପ ଖେସ୍‌ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସମୀର ସୌରଭ ପୃଷ୍ଟିଙ୍କ ଦ୍ୱାରା ସମସ୍ତ ପ୍ରତିଯୋଗିତା ପରିଚାଳିତ ହେଉଛି। ଚତୁର୍ଥ ଦିନରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୦୦ମିଟର, ୨୦୦ମିଟର, ୪୦୦ ମିଟର, ୮୦୦ମିଟର, ୧୫୦୦ ମିଟର ଏବଂ ୪ x ୧୦୦ ରିଲେ ଦୌଡ଼ ସହିତ ଜାଭେଲିନ୍‌ ଥ୍ରୋ ଆଦି ପ୍ରତିଯୋଗିତା ଖେଳକୁ କ୍ରୀଡ଼ା ଶିକ୍ଷକ କ୍ୟାପ୍‌ଟେନ ମୀନା ଦାସଙ୍କ ସମେତ କୁଆଁରମୁଣ୍ଡ ପଦ୍ମପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଇଗ୍ନେଶ ମାଝିଙ୍କ ସମେତ ପ୍ରେମାନନ୍ଦ ନାୟକ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ସେହିଭଳି ଚତୁର୍ଥ ଦିନରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରସି ଟଣା ବା ଟଗ୍‌ ଅଫ୍‌ ୱାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟତମ ଆକର୍ଷଣ ଥିଲା ପୁରୁଷ ବର୍ଗର ଅଧ୍ୟାପକ ଏବଂ କର୍ମଚାରୀ ଏବଂ ମହିଳା ବର୍ଗର ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ରସି ଟଣା ବା ଟଗ୍‌ ଅଫ୍‌ ୱାର ପ୍ରତିଯୋଗିତା। ସମସ୍ତ ଖେଳକୁ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକମାନେ ସଞ୍ଚାଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାରିତାଣ୍ଡିରେ ୩୪’ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହାଓ୍ବଡା ଏକ୍ସପ୍ରେସ ଚମ୍ପିୟାନ 

masiha

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

Sunil Chandra Nayak

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

masiha

Leave a Comment

error: Content is protected !!