ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଥମ ତମ ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ରୁପ୍ରା, ୧୩/୧ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ଖେଳ ପଡ଼ିଆରେ ଏସ୍କନ୍ ନର୍ଲା ଆୟୋଜନରେ ପ୍ରଥମ ତମ  ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ସ୍ୱର୍ଗତ  ପ୍ରଜ୍ଞାନନ୍ଦ ନାୟକଙ୍କ ଫଟୋରେ ପୂଜାର୍ଚ୍ଚନା କରି ଫୁଟବଲ ଖେଳର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଭାବେ ଏସ୍କନ୍ ନର୍ଲାର ସାଧାରଣ ସମ୍ପାଦକ ସୁମନ୍ତ ପୁଝାରୀ, ସାମ୍ବାଦିକ ତ୍ରିଲୋଚନ ଗୌଡ ଓ ସୁଶାନ୍ତ ଚାନ୍ଦ, ଦୀପୁ ପାତ୍ର, କିଶୋର ମାଝୀ, ପିଣ୍ଟୁ ନାଗ, ଅନମୋଲ୍ ଚାନ୍ଦ, ରୋହିତ ମାଝୀ, କୁଲୁ ଚାନ୍ଦ ଓ ପୁର୍ଣ୍ଣ ପୁଝାରୀ ପ୍ରମୁଖ ଯୋଗଦାନ କରିଥିଲେ। ଉଦଘାଟନୀ ମ୍ୟାଚ ସ୍ପୋର୍ଟସ୍ ହଷ୍ଟେଲ କଳାହାଣ୍ଡି ଓ ନର୍ଲା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଚିତାକର୍ଷକ ଖେଳର ଅନ୍ତିମ ସମୟରେ ସ୍ପୋର୍ଟସ୍ ହଷ୍ଟେଲ କଳାହାଣ୍ଡି ଗୋଟିଏ ଗୋଲ୍ ସ୍କୋର୍ କରି ୧ – ୦ ଗୋଲ୍ ରେ ବିଜୟୀ ହୋଇଥିଲା। ଖେଳ ନବୀନ ପଧାନ ପରିଚାଳନା କରିଥିବା ବେଳେ ଲାଇନରେ ନରେଶ ମାଝୀ ଓ ଯଶୋବନ୍ତ ମାଝୀ ସହଯୋଗ କରିଥିଲେ। ଧାରାବିବରଣୀ ରଞ୍ଜିତ ଅଗ୍ରୱାଲ ଓ ଦୀପୁ ପାତ୍ର ପ୍ରଦାନ କରିଥିଲେ। ଏସ୍କନ୍ କ୍ଲବ୍ ନର୍ଲାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଖେଳ ଦେଖିବା ପାଇଁ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ସମେତ ଶତାଧିକ ଦର୍ଶକଙ୍କ ସମାଗତ ହୋଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସର୍ଗିଗୁଡା ଚାମ୍ପିୟାନ

masiha

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

Sunil Chandra Nayak

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

masiha

Leave a Comment

error: Content is protected !!