ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ, ୧୭/୧ (ମ.ନି.ସ.)- ବୁଧବାର ଅପରାହ୍ନରେ ରାମ ନବମୀ ଉପଲକ୍ଷେ ନବରଙ୍ଗପୁର ଜିଲା ଡାବୁଗାଁ ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ମାଁ ଠାକୁରାଣୀ ମନ୍ଦିରରେ ଏକତ୍ରିତ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନି ଦେଇ ଡାବୁଗାଁ, ନୂଆଗୁଡା, ଡ଼ଙ୍ଗରିଗୁଡା ଓ ଜୟନ୍ତୀନଗର ପରିକ୍ରମା କରି ମୁଖ୍ୟ ଛକରେ ଥିବା ମାଁ ତାରିଣୀ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ | ଏହି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଡାବୁଗାଁ ବଜାର ଓ ଗ୍ରାମ | ଏହି ଶୋଭାଯାତ୍ରାରେ ଡାବୁଗାଁ ବିଧାୟକ ତଥା ବିଜେଡି ବିଧାୟକ ପାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପାର୍ଥୀ ପ୍ରଦୀପ ମାଝି, ବିଜେପିର ବିଧାୟକ ପାର୍ଥୀ ସୋମନାଥ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ | ଡାବୁଗାଁ ଏହାସହ ମଧ୍ୟାନ୍ନରେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରେଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ ଶ୍ରଦ୍ଧାଳୁ, ପଥଚାରୀ ମାନଙ୍କୁ ବଣ୍ଟନ କରଯାଇଥିଲା l ଏହି ଶୋଭାଯାତ୍ରାରେ ଦିବ୍ୟରଞ୍ଜନ ରାୟପାତ୍ର, ଭଗବାନ ମହାନ୍ତି, ଗଙ୍ଗାଧର ମହାଙ୍କୁଡ, ପିଣ୍ଟୁ ଅଗ୍ରୱାଲ, ଏ. ଶିବପ୍ରସାଦ, ସଞ୍ଜୟ ଶତପଥୀ, ବହୁ ଯୁବକ ଓ ଗ୍ରାମବାସୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

masiha

ଅଶାସ୍ତ୍ରୀୟ ରଥଯାତ୍ରାକୁ ନେଇ ଅସନ୍ତୋଷ, ଜଗନ୍ନାଥ ପରମ୍ପରା ସୁରକ୍ଷା ପାଇଁ ଦାବି

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

Leave a Comment

error: Content is protected !!