ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା
ଡାବୁଗାଁ, ୧୭/୧ (ମ.ନି.ସ.)- ବୁଧବାର ଅପରାହ୍ନରେ ରାମ ନବମୀ ଉପଲକ୍ଷେ ନବରଙ୍ଗପୁର ଜିଲା ଡାବୁଗାଁ ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ମାଁ ଠାକୁରାଣୀ ମନ୍ଦିରରେ ଏକତ୍ରିତ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନି ଦେଇ ଡାବୁଗାଁ, ନୂଆଗୁଡା, ଡ଼ଙ୍ଗରିଗୁଡା ଓ ଜୟନ୍ତୀନଗର ପରିକ୍ରମା କରି ମୁଖ୍ୟ ଛକରେ ଥିବା ମାଁ ତାରିଣୀ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ | ଏହି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଡାବୁଗାଁ ବଜାର ଓ ଗ୍ରାମ | ଏହି ଶୋଭାଯାତ୍ରାରେ ଡାବୁଗାଁ ବିଧାୟକ ତଥା ବିଜେଡି ବିଧାୟକ ପାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପାର୍ଥୀ ପ୍ରଦୀପ ମାଝି, ବିଜେପିର ବିଧାୟକ ପାର୍ଥୀ ସୋମନାଥ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ | ଡାବୁଗାଁ ଏହାସହ ମଧ୍ୟାନ୍ନରେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରେଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ ଶ୍ରଦ୍ଧାଳୁ, ପଥଚାରୀ ମାନଙ୍କୁ ବଣ୍ଟନ କରଯାଇଥିଲା l ଏହି ଶୋଭାଯାତ୍ରାରେ ଦିବ୍ୟରଞ୍ଜନ ରାୟପାତ୍ର, ଭଗବାନ ମହାନ୍ତି, ଗଙ୍ଗାଧର ମହାଙ୍କୁଡ, ପିଣ୍ଟୁ ଅଗ୍ରୱାଲ, ଏ. ଶିବପ୍ରସାଦ, ସଞ୍ଜୟ ଶତପଥୀ, ବହୁ ଯୁବକ ଓ ଗ୍ରାମବାସୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ |