ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ସମସ୍ୟା ନେଇ ଜାମଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

ପାନୀୟ ଜଳ ସମସ୍ୟା ନେଇ ଜାମଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

  ମୟୂରଭଂଜ;୨୧/୦୮ — ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ଜାମଦା ଗ୍ରାମର ୱାର୍ଡ ନମ୍ବର ୩ ଅର୍ଥାତ ମହୁଲଡିହା ସାହି ବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ବୋଲି ଆଜି ଜାମଦା ବ୍ଲକର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସମ୍ମୁଖରେ ଧାରଣାରେ ବସିଥିଲେ |ଅଭିଯୋଗ ମୁତାବକ ଜାମଦା ବସ ଷ୍ଟାଣ୍ଡ ଠାରୁ ବ୍ୟାଙ୍କ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ବ୍ୟାପ୍ତ ଅର୍ଥାତ ଜାମଦାର ଶେଷ ସୀମା ରୁ ବେଲପୋଷି ଗ୍ରାମର ଶେଷ ସୀମା ପର୍ଯ୍ୟନ୍ତ ସମ୍ପୃକ୍ତ ଜନସାଧାରଣ ଦୀର୍ଘ ୫୦ ବର୍ଷରୁ ଅଧିକ ହେଲାଣି ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି |ପୋଖରୀ, କୂଅ ର ଜଳ ପିଇ ପେଟ ରୋଗରେ ବହୁ ଜନସାଧାରଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗ କରିବା ସହିତ ଯଥାଶୀଘ୍ର ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବେ ବୋଲି ଗଣ ମାଧ୍ୟମରେ କହିଛନ୍ତି |ଏ ସମ୍ପର୍କରେ ଜାମଦା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ |

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାକେନ୍ଦ୍ରର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ: ଜିଲ୍ଲାପାଳ 

ଅସହାୟ ବ୍ୟକ୍ତିଙ୍କ ଶବ ଦାହ କଲେ ମହିଳା ସମାଜସେବୀ

masiha

Leave a Comment

error: Content is protected !!