ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପି.ଏସ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା

ନର୍ଲା- (ମନୀସ)ନର୍ଲା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଠାରେ ୩୨ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାଏକଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କ୍ରୀଡାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୦୦,୨୦୦,୪୦୦ ମିଟର ଦୈାଡ,ଉଚ୍ଚ ଡିଆଁ, ଲମ୍ବ ଡିଆଁ ,ଗୋଳା ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଇତ୍ୟାଦି ଖେଳରେ ସାମିଲ ହୋଇଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମୃତ୍ୟୁଞ୍ଜୟ ଚାନ୍ଦ, ଶୁଶାନ୍ତ ସାହୁ, ବାସନ୍ତୀ ସାହୁ, ସଂଘମିତ୍ରା ପଣ୍ଡା, କ୍ରୀଡା ଶିକ୍ଷକ କ୍ଷୀତିଶ ବଗର୍ତ୍ତି, ମନମୋହନ ଚାନ୍ଦ, ମନୋଜ ନନ୍ଦ, ଗରୁଡ଼ ଭୋଇ, ଲୋକନାଥ ବାରିକ,ବୁଲୁ ଥାନାପତି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ପ୍ରଥମ ଦିବସ ଖେଳର ୪୦୦ମିଟର ବାଳିକା ଦୈାଡରେ ବନୀ ବାଗ, ଶ୍ରାବଣୀ ମାଝୀ ଓ ଡୋଲି ସା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା , ରାୟଗଡା ଏକାଦଶ ଚମ୍ପିୟାନ

masiha

Differently Abled Cricket Council of India receives PCI recognition.

masiha

Rourkela School Chess Championship 2025 held 

Sunil Chandra Nayak

Leave a Comment

error: Content is protected !!