ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଜୁଭେନାଇଲ 

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଜୁଭେନାଇଲ 

କଟକ : କଟକ ସଦର କନ୍ଦରପୁର ରିଜୋନାଲ କ୍ଲବ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚକର ଭାବରେ କଟକର ଜୁଭେନାଇଲ କ୍ଲବ ମାତ୍ର ୧ ରନରେ ନିମପୁର ସ୍ପୋର୍ଟସ କ୍ଲବକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ ଜୁବେନାଇଲ କ୍ଲବ ନିର୍ଦ୍ଧାରିତ ୨୫ ଓଭାରରେ ୯ ୱିକେଟ ବିନିମୟରେ ୧୪୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଶାଶ୍ଵତ ମହାନ୍ତି ସର୍ବାଧିକ ୫୨ ରନ କରିଥିବାବେଳେ ନିମପୂର କ୍ଲବ ପକ୍ଷରୁ ମହମ୍ମଦ ସୋହେବ ୫ ଓଭର ବୋଲିଂ କରି ମାତ୍ର ୮ ରନ ବିନିମୟରେ ୪ୱିକେଟ ନେଇଥିଲେ । ୧୪୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୪.୩ ଓଭରରେ ୧୩୯ ରନ କରି ଅଲ୍ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଆକାଶ ପ୍ରଧାନ ମାତ୍ର ୨୬ଟି ବଲ୍ ର ସମ୍ମୁଖୀନ ହୋଇ ୪୯ ରନ ସଂଗ୍ରହ କରିଥିଲେ। ମହମ୍ମଦ ଶୋହେବ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ଅତିଥି ସ୍କ୍ରିମ୍ପ କ୍ୟାପିଟାଲ ଫାଇନସର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବୈଶାଖ ଓ ବିଶିଷ୍ଟ ସମାଜସେବୀ ସୁମନ ଜେନାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଆମ୍ପେୟାର ଚିନ୍ମୟ ଦାସ ଓ ରଞ୍ଜିତ ମହାରଣା ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ବିରଜା ମଲ୍ଲିକ ଥିଲେ । ଏଥିରେ ଆୟୋଜକ କ୍ଲବ ପକ୍ଷରୁ ଉପସଭାପତି ଚନ୍ଦ୍ରଶେଖର ମଲ୍ଲିକ, ବୁଲୁ ଜେନା,ସୁବାସ ଜେନା,ନରେଶ ଜେନା,ରାଜେନ୍ଦ୍ର ମାନ୍ନା,ଗଣେଶ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ

masiha

ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍  

masiha

Leave a Comment

error: Content is protected !!