ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟାର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚାମ୍ପିୟାନ

ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟାର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚାମ୍ପିୟାନ

କୋକସରା,୧୯/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଠାରେ ଗୋତୋମୁଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗୋତୋମୁଣ୍ଡା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପିତ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖ୍ୟବକ୍ତା ଭାବେ ମହିମା ପଞ୍ଚାୟତ ସରପଞ୍ଚ ଇଶରାମ କୋଲଥିଆ, ସମ୍ମାନିତ ଅତିଥି ଭାବେ ଦଣ୍ଡପାଟ ଅଞ୍ଚଳର ଯୁବନେତା ଭବେଶ ଗଇନ୍ତା, ହିମାଞ୍ଚଲ ପୁଝାରି, ସାମାଜିକ କର୍ମି ସମିତୋଷ ପଣ୍ଡା, ନିରଞ୍ଜନ ବାଗ, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ଉପସ୍ଥିତ ରହି ଫାଇନାଲର ଉଭୟ ଦଳ ଖେଳାଳିଙ୍କ ସହ ପରିଚୟ ପର୍ବରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ଖେଳ କାଲୋପଳା ଓ ଗୋତୋମୁଣ୍ଡା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ କାଲୋପଳାକୁ ହରାଇ ହୋମ ଟିମ ଗୋତୋମୁଣ୍ଡା ଦଳ ଚାମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ଉପସ୍ଥିତ ଅତିଥିମାନେ ପ୍ରଦାନ କରିଥିଲେ। ଅମ୍ପିଆର ଭାବେ ହୃଦାମଣି ସୁନା ଓ ମନୋଜ ମାଝୀ ଫାଇନାଲ ମ୍ୟାଚ ପରିଚାଳନା କରିଥିବା ବେଳେ ଖେଳର ଧାରା ବିବରଣୀ କ୍ଷୀରସିନ୍ଧୁ ବାଣୁଆ ଓ ପିଣ୍ଟୁ ନନ୍ଦ କରିଥିଲେ। କ୍ରିକେଟ ଆସୋସିଏସନ ପକ୍ଷରୁ ପିଣ୍ଟୁ ନନ୍ଦ, ନିରଞ୍ଜନ ବାଗ, ଘନଶ୍ୟାମ ସୁନା, ଲକ୍ଷ୍ମୀକାନ୍ତ, ନିଲୁ, ବାବୁଲା ନେଗି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍

Related posts

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

Sunil Chandra Nayak

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

Sunil Chandra Nayak

ବହୁପୁରାତନ ବାଉଁଶରାଣୀ ଖେଳ 

Leave a Comment

error: Content is protected !!