ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନିଲାବାଡ଼ି ଅଗ୍ନିଗଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳର ନିଲାବାଡ଼ି ଦଳ ଚମ୍ଫିଆନ ହେଲେ 

ନିଲାବାଡ଼ି ଅଗ୍ନିଗଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳର ନିଲାବାଡ଼ି ଦଳ ଚମ୍ଫିଆନ ହେଲେ 

ବନ୍ଧୁଗାଁ, ୨୬/୬/୨୬, ନିଲାବାଡ଼ି ଗ୍ରାମ ଠାରେ ଗତ ୧୦ ତାରିଖ ଦିନରେ ମା ଅଗ୍ନିଗଙ୍ଗାମା ନାମରେ ୧୨ ଓଭର ବିଶିଷ୍ଟ ମେଚ ପ୍ରତି ଖେଳ ଖେଳାଯିବା ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିଲାବାଡ଼ି ଯୁବଗୋଷ୍ଟି ଙ୍କ ଦ୍ୱାରା ଖେଳ ଆରମ୍ଭ ହୋଇଥିଲା I ଏଥିରେ ୧୬ ଗୋଟି ଦଳକୁ ନେଇ ଏହି ଖେଳ ଆରମ୍ଭ କରାଯାଇଥିଲା I ଏହି ଖେଳରେ ଅଂଶଗ୍ରହଣ କରିବା ପାଇଁ ଥିବା ଦଳକୁ ଇଣ୍ଟର ଫିଜ ୧୧୧୧ଟଙ୍କା ଓ ଫାଇନାଲ ଖେଳର ବିଜୟ ଦଳକୁ ୧୫, ୧୦୧ ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୮୧୦୧ ଟଙ୍କା ସହ ଟ୍ରଫି ରଖାଯାଇଥିଲା I ଆଜି ଅନ୍ତିମ ଶେଷ ଫାଇନାଲ ମେଚ ନିଲାବାଡ଼ି ଓ ଡ଼ୁମାଡଙ୍ଗର ଦୁଇଦଳ ମଧ୍ୟରେ ଖେଳ ହୋଇଥିଲା I ଆଜି ପ୍ରଥମେ ଡ଼ୁମାଡଙ୍ଗର ଦଳ ୧୧. ୫ ଓଭରରେ ସମସ୍ତ ଉଇକେଟ ର ପତନରେ ୧୧୫ ରନ କରିଥିଲେ I ନିଲାବାଡ଼ି ଦଳ ୧୧୬ ରନର ବିଜୟ ଲକ୍ଷକୁ ନେଇ ନୀଳାଵାଡି ଦଳ ୧୧. ୦୧ ବଳରେ ୪ ଉଇକେଟ ର ପତନରେ ବିଜୟ ହୋଇଥିଲେ I ବିଜୟ ହୋଇଥିବା ନିଲାବାଡ଼ି ଦଳକୁ ଆଜିର ଶେଷ ଖେଳରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ ହିକକା ଙ୍କ ଦ୍ୱାରା ୧୫,୧୦୧ ଟଙ୍କା ସହ ଟ୍ରଫି ପ୍ରଦାନ କୋରାଯାଇଥିଲା ଓ ପରାଜୟ ଡ଼ୁମାଡଙ୍ଗର ଦଳକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଓ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଜେଡି ଦଳର ସାମାଜିକ ସେବକ ଶଙ୍କର ସାଉନ୍ତା ଙ୍କ ମାଧ୍ୟମରେ ୮୧୦୧ଟଙ୍କା ସହ ଟ୍ରଫି ପ୍ରଦାନ କୋରାଯାଇଥିଲା I ଆଜିର ଶେଷ ମେଚରେ ନାରାୟଣ ପାଟଣା ବ୍ଲକର ବିଜେଡି ସଭାପତି ପ୍ରହଲାଦ ଖସଲା,କୋରାପୁଟ ଜିଲ୍ଲା ବିଜେଡି ଦଳର ଉପ ସମ୍ଫାଦକ ଶ୍ରୀ ଗପୀନାଥ ବିଡ଼ିକା, ବନ୍ଧୁଗାଁ ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗ,ଅନାମ ବିଡ଼ିକା, କୁମୁଦ ମିଣିଆକା,ବଡ଼ ସରପଲି ପଞ୍ଚାୟତ ର ସମିତି ସଭ୍ୟ ସିନାଜି ପିଡ଼ିକା, ପ୍ରମୁଖ ଉପସ୍ଥିତ ସହ ଖେଳର ପରିଚାଳକ ଭାବିରେ ରାଜୁ ସାରଥୀ ଉପସ୍ଥିତ ରହି ଖେଳ ଦେଖିବା ପାଇଁ ଆସିଥିବା ଦର୍ଶକ ମାନଙ୍କ ପାଇଁ ମନରଞ୍ଜନ କରେଇବା ରାଜୁ ଭାଇ ଅତି ସୁନ୍ଦର ଭାବରେ କମେଣ୍ଟର କରି ଖେଳ ପ୍ରେମୀ ଲୋକଙ୍କୁ ଉତ୍ସାହ କୋରାଉଥିଲେ I ଆଜିର ଶେଷ ମେଚରେ ଅତି କମରେ ଏକ ହଜାରରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତ ସହ ସୁରୁଖୁରୁରେ ଖେଳ ସମାପ୍ତ ହୋଇଥିଲା I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ , ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ

Sunil Chandra Nayak

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

Sunil Chandra Nayak

୪୪ତମ ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ଦଳରେ ପ୍ରତିନିଧ୍ତ୍ବ କରି  ବ୍ରୋଞ୍ ପଦକ ଜିତିଲେ ଢେଙ୍କାନାଳର ଦୁଇ ପ୍ରତିଯୋଗୀ 

Sunil Chandra Nayak

Leave a Comment

error: Content is protected !!