ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଅୟୋଜନ ନେଇ ସମ୍ବର୍ଧନା ସଭା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ କର୍ମକର୍ତ୍ତା

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଅୟୋଜନ ନେଇ ସମ୍ବର୍ଧନା ସଭା

ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ କର୍ମକର୍ତ୍ତା

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ସଫଳତାର ସହିତ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ଧର୍ମଗଡ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଧର୍ମଗଡ ଉତ୍ସବ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଧୀମାନ ଚକମା ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଡିଏସପି ମନୋଜ କୁମାର ବେହେରା, ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ତିର୍କି, ଅତିରିକ୍ତ ଉପଜିଲ୍ଲାପାଳ ଅଜିତ କୁମାର ମେହେର ତଥା ଉତ୍ସବ କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ସଫଳତାର ସହିତ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କୁ ଉପଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଧର୍ମଗଡ ବୈଠକ ରେ ଯୋଗଦେବା ସହ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ର ସାଂସ୍କୃତିକ ଦଳ ଓ ତିନି ଦିନ ଧରି ଷ୍ଟାର ପ୍ରୋଗ୍ରାମ ଧର୍ମଗଡ ପଠାଇଥିବା ରୁ ତାଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା।

ଏହି ଅବସରରେ ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ସଫଳତାର ସହ ଆୟୋଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଉତ୍ସବ କମିଟି ର କର୍ମକର୍ତ୍ତା ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଧିତ କରିଥିଲେ।

ଏହି ଅବସରରେ ଉତ୍ସବ ପାଳନର ସଫଳ ରୂପାୟନ ଦିଗରେ କର୍ମକର୍ତ୍ତାଙ୍କ ପରିଶ୍ରମ, ସହଭାଗୀତା ଏବଂ ଉପଯୁକ୍ତ ପରାମର୍ଶକୁ ସମ୍ମାନ ଜଣାଇ ଧର୍ମଗଡ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ବିଭିନ୍ନ ଉପ କମିଟି ର କର୍ମକର୍ତ୍ତା ଓ ସରକାରୀ ପଦାଧିକାରୀ ଙ୍କୁ ପ୍ରଶଂସା ପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ପୁନଶ୍ଚ ବିଭିନ୍ନ ପ୍ରତିଯୋଗୀତା ସମୟରେ ଖାଲି yପାଦରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ସ୍ପୋର୍ଟସ ଜୋତା ପ୍ରଦାନ କରଯାଇଥିଲା।

ଧର୍ମଗଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

Sunil Chandra Nayak

ଗଛ ପଡି ରାସ୍ତା ଅବରୋଧ 

masiha

Leave a Comment

error: Content is protected !!