ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟଙ୍କା ଚୋରି ସନ୍ଦେହରେ ଭୁଲିଗଲା ସମ୍ପର୍କ

ଟଙ୍କା ଚୋରି ସନ୍ଦେହରେ ଭୁଲିଗଲା ସମ୍ପର୍କ

ପାଟଣାଗଡ଼ ଥାନା ଖଲିଆ ଗାଁ ରୁ ଏକ ବାହାଘରୁ ପାଞ୍ଚଲକ୍ଷ ଟଙ୍କା ଚୋରି ଅଭିଯୋଗରେ ବଡ଼ ଭଉଣୀ ଦଶମତୀ ମନ୍ଦିରରେ ସାନ ଭଉଣୀ ଓ ତାର ପରିବାରବର୍ଗଙ୍କୁ ରାଣ ପକେଇ ଚାଉଳ ଖୁଆଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ସାନ ଭଉଣୀ ସୋମବାର ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପାଟଣାଗଡ଼ ଥାନା ଖଲିଆ ଗାଁ ରେ ଗତ ୧୬ ତାରିଖ ଦିନ ଏକ ବାହାଘର ହୋଇଥିଲା। ଏହି ବାହାଘର ରେ ବନ୍ଧୁବାନ୍ଧବ ସହ ମହିଳା ଙ୍କ ଭଉଣୀ ଙ୍କ ପରିବାର ବର୍ଗ ଯୋଗଦେଇଥିଲେ। ବାହାଘର ସରିବା ପରେ ବନ୍ଧୁବାନ୍ଧବ ଙ୍କ ସହ ଭଉଣୀମାନଙ୍କ ପରିବାର ବର୍ଗ ନିଜ ନିଜ ଘରକୁ ଫେରି ଯାଇଥିଲେ। ପରେ ବଡ଼ ଭଉଣୀ ଓ ତାଙ୍କ ସ୍ବାମୀ ବାହାଘର ସମୟରେ ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ।‌ ଏନେଇ ବଡ ଭଉଣୀ ତାଙ୍କ ଭଉଣୀମାନଙ୍କୁ ଟଙ୍କା ଚୋରି ସନ୍ଦେହ କରି ଫୋନ ରେ ପଚାରିବାରୁ ସମସ୍ତେ ମନା କରିଦେଇଥିଲେ। ତେବେ ସ୍ବାମୀ ସ୍ତ୍ରୀ ଅନ୍ଧ ବିଶ୍ବାସରେ ବଶବର୍ତ୍ତୀ ହୋଇ ଗୁଣିଗାରେଡି ର ଆଶ୍ରୟ ନେଉଥିଲେ। ପରେ ସେମାନେ ନିର୍ଦ୍ଧିଷ୍ଟ ଗୁଣିଆ ର କଥା ରେ ପଡ଼ି ତାଙ୍କ ସାତ ଭଉଣୀ ଜ୍ଜାଇଁ ଙ୍କୁ ସନ୍ଦେହ କରିଥିଲେ। ଟଙ୍କା ଚୋରି କରିନେଇଥିବା ରାଣ ପକାଇବା ପାଇଁ ସୋମବାର ଦଶମତୀ ମନ୍ଦିରକୁ ଡାକିଥିଲେ। ସେଠାରେ ପୂଜାବିଧି ପରେ ଉପସ୍ଥିତ ଥିବା ସାତ ଭଉଣୀଙ୍କ ପରିବାର ବର୍ଗଙ୍କ ସମେତ ସେମାନଙ୍କ ନାବାଳକ ପୁଅଝିଅଙ୍କୁ ମଧ୍ୟ ରାଣ ପକାଇବା ସହ ପୂଜା ଚାଉଳ ଖୁଆଇ ଥିଲେ। ଯାହାକୁ ନେଇ ସମସ୍ତ ଭଉଣୀ ନିଜ ସମ୍ମାନ ଚାଲିଯାଇଥିବା ଅଭିଯୋଗ କରିଥିଲେ। ପରେ ସାନ ଭଉଣୀ ଓ ତାଙ୍କ ସ୍ବାମୀ ପାଟଣାଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଙ୍କୁ ପଚାରିବାରୁ ଅଭିଯୋଗ ର ତଦନ୍ତ ଚାଲିଥିବା କହିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

Sunil Chandra Nayak

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!