ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, ସ୍ଥାନୀୟ ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ଆରଏସ୍‌ପିର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ଆଦର୍ଶ ପାଠାଗାର ର ସଭାପତି ଚନ୍ଦ୍ର ଶେଖର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା କଲେଜର ଅଧକ୍ଷା ସୁଜାତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ l

କାର୍ଯ୍ୟକ୍ରମକୁ କଲେଜର ଜାତୀୟ ସେବା ଯୋଜନା (ଏନ. ଏସ.ଏସ)ର ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସଂଯୋଜନା କରିଥିଲେ ।ଆଇନଜୀବୀ ସନ୍ତୋଷ କୁମାର ଭଦ୍ର , ଏନଏସଏସ ବିଭାଗର ଅନ୍ୟତମ ଅଧିକାରୀ ଅଧ୍ୟାପିକା ରଶ୍ମି ରେଖା ମଥାନ, ସମାଜସେବୀ ବିବେକାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ ।

 ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଗାଡି ଚାଳନା ସମୟରେ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ଲାଇସେନ୍ସ ହାସଲ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ l 

ଶେଷରେ ଅଧ୍ୟାପିକା ଶ୍ରୀମତୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ବାଳ, ସଂଗୀତା ବେହେରା, ସ୍ନେହା କୁମାରୀ, ଭବାନୀ ସାହୁ, ସୁଶ୍ରୀରେଖା ବେହେରା, ଐଶ୍ୱର୍ଯ୍ୟା ସାହୁ, ସୌମ୍ୟରଞ୍ଜନ ମହାନ୍ତି, ପ୍ରକାଶ ଓଝା, ଲକ୍ଷ୍ମୀ ସାମନ୍ତ, ଅଭିଷେକ ପରିଡ଼ା, ପ୍ରିୟଙ୍କା ସ୍ୱାଇଁ, ପ୍ରକାଶ ମେହେର, ଅନୁ ଧନ୍ଵାର, ମଧୁସ୍ମିତା ଜେନା, ଧନରାମ ସିଂ, ଅଜୟ ମିଞ୍ଜ, କ୍ରାନ୍ତି ଓରାମ, ଆକାଶ ଖାଲଖୋ, ପୂଜାରିଣୀ ମହାପାତ୍ର, ହିମାଂଶୁ ନାୟକ, ସରସ୍ୱତୀ ସାହୁ, କ୍ରାନ୍ତି ଓରାମ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡକୁ ଜିଲ୍ଲା ଗଠନ ଦାବୀରେ ଗଣଧାରଣା , ସପ୍ତମ ଦିବସରେ , ସମର୍ଥନରେ ବସିଲେ ଧର୍ମଗଡ ଓକିଲ ସଂଘ

masiha

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ – ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

Leave a Comment

error: Content is protected !!