ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲ।କୋଟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ବଙ୍କାପଳାକୁ ହରାଇ ନାଏକାନିଗୁମା ଚମ୍ପିୟାନ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ ର କର୍ଲ।କୋଟ ଗ୍ରାମର ମା ଲଙ୍କେଶ୍ୱରୀ ଓ ବିନ୍ଦାସ କ୍ଲବ ଆନୁକୂଲ୍ୟରେ କର୍ଲ।କୋଟ ସ୍ଥିତ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ୬ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏଥିରେ ୧୨ ଗୋଟି ଦଳ ଭାଗ ନେଇ ଥିଲେ । ଉଦଯାପିତ ଫାଇନାଲ ଖେଳ ବଙ୍କାପଲା ଦଳ ଏବଂ ନାଏକାନି ଗୁମା ଦଳ ମଧ୍ୟରେ ସଂଘର୍ଷ ପୁର୍ଣ ମ୍ୟାଚ ହୋଇଥିଲା ।ଏଥିରେ ନାଏକାନି ଗୁମା ଦଳ ୫-୩ ରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା ।ଏହି ଖେଳକୁ କ୍ଷୀରୋଦ ଶବର ,ହିତେଶ ମାଝି ଏବଂ ବିଦ୍ୟୁତ ରଞ୍ଜନ ଶବର ପରିଚାଳନା କରିଥିଲେ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ଶିକ୍ଷାବିତ ବାଲ୍ମୀକି ନ।ଏକ ,ପ୍ରଦ୍ୟୁମ୍ନ ରାଉତ ,ରାଜିନ୍ଦ୍ର ମେହେର ,ସଞ୍ଜୟ ଗୁପ୍ତା ,ଇସାନ ଖାନ ପ୍ରମୁଖ ଉପସ୍ଥିତ ରହି ବିଜେତା ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ହିତେଶ କୁମାର ମାଝି ,ସମ୍ପାଦକ କ୍ଷୀରୋଦ କୁମାର ଶବର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ଅଭିରାମ ମଙ୍ଗରାଜ ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଅନୁଷ୍ଠାନର କୁଶ ମାଝି ,ମଧୁ ଶବର ,ବେଣୁଧର ଶବର ,ପାର୍ଥବ ଭୋଇ ,ଗିରିଧାରୀ ଭୋଇ ,ପର୍ଶୁରାମ ଭୋଇ ,ବିଶ୍ୱନାଥ ମାଝି ,ସୟମ୍ବର ମାଝୀ ,ରୋହିତାସ୍ୟ ଭୋଇ ,ପ୍ରେମଲଲ ବିଶି ,ଆଦିତ୍ୟ କୁମାର ମାଝି ଏବଂ ପ୍ରତାପ ମାଝି ତଥା ଈମାନୁଏଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।ଶିକ୍ଷକ ଅଭିରାମ ମଙ୍ଗରାଜ ଏବଂ କୁଶ ମାଝି ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

Sunil Chandra Nayak

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

Sunil Chandra Nayak

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

masiha

Leave a Comment

error: Content is protected !!