ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦଣ୍ଡକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା

ବ୍ରହ୍ମପୁର – ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସ୍ଥିତ ଦଣ୍ଡକାଳୀ ମନ୍ଦିରର ରତ୍ନମୁଦ ଓ ମୁଖ୍ୟ ଫାଟକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ମନ୍ଦିର ନିକଟରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ପହଞ୍ଚିଥିଲା , ଏହାପରେ ହଳଦିଆ ବସ୍ତ୍ର ପରିଧାନ କରିଥିବା ୧ ହଜାରରୁ ଉର୍ଦ୍ଧ ମହିଳା ସେଠାରୁ ପୁଣିଥିରେ ପୋଖରୀରୁ ପାଣି କଳସ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ । ଲୁପ୍ତ ହେବାକୁ ଥିବା ଲୋକକଳା ନୃତ୍ୟ ଯଥା ବାଘ ଷଣ୍ଢ, ଦଶ ଅବତାର, କଳାଘୋଡା ନାଚ ପ୍ରମୁଖ ଏହି ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା । ସେହିପରି ଏହି ଶୋଭାଯାତ୍ରାରେ ପାଖାପାଖି ୪ ହଜାରରୁ ଉର୍ଦ୍ଧ ଲୋକ ଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ଯଜ୍ଞ କମିଟି ସଭାପତି ବିକ୍ରମ କୁମାର ପଣ୍ଡା, ଉପଦେଷ୍ଟା ତଥା ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଉପଦେଷ୍ଟା ତଥା ପୂର୍ବତନ କର୍ପୋରେଟର ରାକେଶ ସାହୁ, କର୍ପୋରେଟର ପଦ୍ମିନୀ ମିଶ୍ର, ମନ୍ଦିର କମିଟି ସମ୍ପାଦକ ମଧୁ ସୁଦନ ଆଚାର୍ଯ୍ୟ, ମନ୍ଦିର କମିଟି ଉପ ସଭାପତି ରୋଷନ ସାହୁ, ବାପି ଦାସ, ସହ ସମ୍ପାଦକ ବିପିନ କୁମାର ଆଚାର୍ଯ୍ୟଙ୍କ ସମେତ ସହରର ବହୁ କର୍ପୋରେଟର ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ ।।

ବ୍ରହ୍ମପୁରରୁ କୁନା ମିଶ୍ରଙ୍କ ରିପୋର୍ଟ୍ 

Related posts

କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

Sunil Chandra Nayak

Mahodadhi Aarti

masiha

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ମାସ ଲାଗି ଚାଲିଛି ଭାଦ୍ର ପରିକ୍ରମା

masiha

Leave a Comment

error: Content is protected !!