ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମମାଟିରେ କଥା କହୁଛି ଅଖିଳ ନାୟକଙ୍କ ମୂର୍ତ୍ତି ରଏନଗୁଡ଼ା ଗାଁରେ ଅଖିଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜନ୍ମମାଟିରେ କଥା କହୁଛି ଅଖିଳ ନାୟକଙ୍କ ମୂର୍ତ୍ତି

ରଏନଗୁଡ଼ା ଗାଁରେ ଅଖିଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

           ଅଖିଳ… ଯିଏ ଜଣେ ଭିନ୍ନ ନାୟକ… ଜନବାଦି ମଣିଷ, ସାଧାରଣ ଜନତାଙ୍କ ନାୟକ… ଯାହାଙ୍କ ସାହିତ୍ୟରେ ସ୍ପଷ୍ଟ ବାରିହୁଏ ଦଳିତ, ନିଷ୍ପେସିତ, ନିରୀହ, ଖଟିଖିଆ, ମେହେନତି ମଣିଷଙ୍କ ଲୁହ ଆଉ ଲହୁର କଥା l ସେଇ ନାୟକ ଏବେ ନୀରବି ଯାଇଛନ୍ତି ସତ, କିନ୍ତୁ ଜନବାଦୀ ସାହିତ୍ୟର ନିଜସ୍ୱ ପୃଷ୍ଠା ଆଜି କଥା କହୁଛି l ସମସାମୟିକ ବାର୍ତ୍ତା ଯୋଗାଉଛି, ଯୁବ ପୀଢ଼ିଙ୍କୁ ନୂଆ ଦିଶା ଦେଖାଉଛି l ସେଇ ଯୋଗଜନ୍ମା ମଣିଷଙ୍କୁ ଆଜି ଝୁରୁଛନ୍ତି ସମସ୍ତେ l ଏହି କ୍ରମରେ ଆଜି ଜନ୍ମମାଟି ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଂଚାୟତ ରଏନଗୁଡ଼ା ସ୍ଥିତ ସମାଧି ପୀଠରେ ସ୍ଥାପିତ ପ୍ରତିମୂର୍ତ୍ତି ଅନାବରଣ ହେଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଅଖିଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ l ଏହାପରେ ଆୟୋଜିତ ହୋଇଥିଲା କବିତା ପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ l ଅଖିଳ ସାମାଜିକ ଏବଂ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ଏବଂ ଅଖିଳଙ୍କ ଭାଇ ତଥା ବରିଷ୍ଠ ସାମ୍ବାଦିକ ଡମ୍ବରୁ ନାୟକଙ୍କ ପୌରୋହିତ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ , ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ

masiha

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

Sunil Chandra Nayak

Leave a Comment

error: Content is protected !!