ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ହସ୍ପିଟାଲ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ବ 

ମିଶନ ହସ୍ପିଟାଲ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ବ 

ନୂଆପଡା,ଅନେକ ଦିନ ର ଅପେକ୍ଷା ପରେ ଖଡିଆଳ ମିସନ ହସପିଟାଲ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଆରମ୍ବ ହେବା କୁ ଯାଉଛି। ଯାହାକି ଆମ ସମସ୍ତ ଙ୍କ ପାଇଁ ଖୁସି ଖବର,ବିଜୁ ସ୍ବାସ୍ଥ୍ୟ କାର୍ଡ ଆରମ୍ବ କୁ ନେଇ ବିଶେଷକରି ଗରିବ ନିରିହ ଲୋକ ମାନେ ଚାତକ ପକ୍ଷୀ ପରି ଚାହି ରହିଛନ୍ତି।ଗରିବ ଲୋକ ମାନେ ଟଙ୍କା ଅଭାବ ରୁ ଉନ୍ନତ ଚକିତ୍ସା ରୁ ବଚିଂତ ହୋଇ ଆସୁଛନ୍ତି।ମିଶନ ହସପିଟାଲ ରେ ଗତଥର କିଛି ମାସ ଚାଲିବା ପରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ ହୋଇ ଯାଇଥିଲା।ଯାଫଳ ରେ ନିରିହ ଗରିବ ଲୋକ ମାନେ ମିସନ ହସପିଟାଲ ରେ ସ୍ବାସ୍ଥ୍ୟ ସୁବିଧା ରୁ ବଚିଂତ ହୋଇଥିଲେ।ଓଡିଶା ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ପୋର୍ଟାଲ ରେ ପୁଣି ଖଡିଆଳ ମିସନ ହସପିଟାଲ କୁ ସ୍ବିକ଼ତି ମିଲିଥିବା ଜଣା ପଡିଛି।ଏହି ଖବର ପାଇବା ମାତ୍ରେ ଖଡିଆଳ ତଥା ଆଖ ପାଖ ଅଂଚଲ ର ଲୋକ ଙ୍କ ମଧ୍ୟ ରେ ଖୁସି ର ଲହରି ଖେଲି ଯାଇଛି। ଗୁରୁବାର ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆନୁଷ୍ଟାନିକ ଭାବ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଉଦଘାଟନି ଉତ୍ସବ କୁ ଶୁଭ ଉଦଘାଟନ କରିବେ। ତେଣୁ ସାମୁହିକ ଜନସାଧାରଣ ଏହାର ସୁବିଧା ଉଠାଇବା ସହ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ମିଶନ ହସପିଟାଲ ର ଡାଇରେକ୍ଟର ନିବେଦିତା ପରମାଣିକ ସୁଚନା ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

ସ୍ମାର୍ଟ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଗଲା

Sunil Chandra Nayak

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!