ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

 ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

 ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଅନ୍ୱେଷା ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୨ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସେକ୍ଟର ୪ ସ୍ଥିତ ଏକ ହୋଟେଲ ଠାରେ ଏହି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ସହ ପ୍ରଶାନ୍ତ ରଞ୍ଜନ ପାତ୍ର, ଜୁଲି ଡାଭିଡ,ଆଭା ଦେବତାଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥି ମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ଦୋସା,ମିଷ୍ଟାନ୍ନ ,କେକ୍ ଓ ଆଇସକ୍ରିମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋବର୍ଟ ହାଇଫିଲ, ପ୍ରଜ୍ଞା ପାରମିତା ଦାଶ, କୁଞ୍ଜ ବିହାରୀ ରାଉତ, ରେଖା ଗୁପ୍ତା, ସ୍ଵାଗତିକା ପଟ୍ଟନାୟକ, ସତ୍ୟମ ମୋଦକ, ସସ୍ମିତା ପ୍ରଧାନ,ମାନୋସୀ ଘୋଷ,ଗ୍ରେସି ଡାଭିଡ, ଅନ୍ବେଷା ପଣ୍ଡା, ମାନବ ସେବା ପ୍ରତିଷ୍ଠାନର ହେମନ୍ତା ତାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ସେକ୍ଟର ୩ସ୍ଥିତ ବଲାଙ୍ଗୀର ବସ୍ତି ଠାରେ ମାଗଣା ହାଟ କାର୍ଯ୍ୟକ୍ରମ କରାଯାଇ ନୂଆ ପୁରୁଣା ପୋଷାକ ପତ୍ର ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

Sunil Chandra Nayak

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

ଡ଼ାବୁଗାଁ କୃଷି ଫାର୍ମ ରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ 

masiha

Leave a Comment

error: Content is protected !!