ପିକଅପ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ।ଦୁର୍ଘଟଣା, ଡ୍ରାଇଭର ମୃତ, ହେଲ୍ପର ଗୁରୁତର
ଧର୍ମଗଡ :କଳାହାଣ୍ଡି ଜାତୀୟ ରାଜପଥ ୨୬ କୋକସରା ସହର ମଧ୍ୟରେ ସୋମବାର ମଧ୍ୟାହ୍ନ ରେ ଏକ ମାଲପରିବହନ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ପିକଅପ ଭ୍ୟାନ ଡ୍ରାଇଭର ମୃତ ହୋଇଥିବା ବେଳେ ହେଲ୍ପର ଗୁରୁତର ଥିବା ଜଣାପଡିଛି।ମୃତ ଡ୍ରାଇଭର ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ହୋଇଥିବା ବେଳେ ଗୁରୁତର ହେଲ୍ପର ବୋରିଗୁମ୍ମା କଷାଗୁଡା ଗ୍ରାମର ମଙ୍ଗଲୁ ମୁଦୁଲି ଗ୍ରାମ ର ବୋଲି ଜଣାପଡିଛି।
ସୂଚନା ମତେ ଆଜି ବୋରିଗୁମା ରୁ ଭବାନୀପାଟଣା ଯାଉଥିବା ଏକ ପିକଅପ ଗାଡି (ଓଡ଼ି୧୦ ଭି ୭୦୭୯) ତାମିଲନାଡୁ ରାଜ୍ୟର ଟ୍ରକ (ଟି ଏନ୫୨ ଏଚ ୨୪୭୭) ମଧ୍ୟରେ କୋକସରା ଶିବ ମନ୍ଦିର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପିକଅପ ଗାଡି ର ପଛ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ଧକ୍କା ଏତେ ତୀବ୍ରତର ହୋଇଥିଲା ଗାଡି ର ଡ୍ରାଇଭର ଓ ହେଲ୍ପର ଗାଡି ମଧ୍ୟରେ ଫସି ରହିଥିଲେ। ସ୍ଥାନୀୟ କୋକସରା ଗ୍ରାମର ଯୁବକ ମାନେ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ କୁ ସୂଚନା ଦେବାପରେ ଉଭୟ ବିଭାଗୀୟ କର୍ମଚାରୀ ପହଞ୍ଚି ଗାଡି ରେ ଫସି ରହିଥିବା ଡ୍ରାଇଭର ଓ ହେଲ୍ପର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଡ୍ରାଇଭର କୁ ଭବାନୀପାଟଣା ମେଡ଼ିକାଲ ସ୍ଥାନାନ୍ତରିତ ସମୟରେ ଆମ୍ବୁଲାନ୍ସ ରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହେଲ୍ପର ଚିକିତ୍ସାଧୀନ ଅବସ୍ଥାରେ ରହିଛି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।କୋକସରା ପୋଲିସ ପକ୍ଷରୁ ଉଭୟ ଗାଡି କୁ ଜବତ ସହ ମୃତକ ଡ୍ରାଇଭର ଙ୍କ ପରିବାର କୁ ସୂଚନା ଦିଆଯାଇଛି ଓ ଟ୍ରକ ଡ୍ରାଇଭର କୁ ଅଟକ ରଖାଯାଇଥିବା ନେଇ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ ସୂଚନା ଦେଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

