ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ , ୨- ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ସପ୍ତାହର ମହାସମାରୋହରେ ପୂର୍ଣ୍ଣାହିତି ସମ୍ପନ୍ନ , ୩- ଅଙ୍ଗନବାଓ୍ବାଡି ଦିଦିଙ୍କ ବଦଳି ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଢେଙ୍କାନାଳ:୦୭/୧୦ – (ମନିସ) :- ଓଡିଶାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳ ଯେପରି ପାଣିପାଇଁ ଡହଳବିକଳ ହେଉଥିବା ବେଳେ ଅଧିକାଂଶ ସଦରମହୋକୁମାରେ ମଧ୍ୟ ବିଶୁଦ୍ଧ ଜଳ ସମସ୍ୟା ପାଇଁ ଲୋକମାନେ ଡହଳବିକଳ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିବା ଘଟଣା ସାମ୍ମାକୁ ଆସିଛି, ହଁ ଆଜ୍ଞା ଆମ୍ଭେ ଏଠାରେ କୌଣସି ଦୁର୍ଗମ ଅଞ୍ଚଳର ପାଣି ସମସ୍ୟା କୁ ନେଇ ଏଠାରେ ଆପଣ ମାନଙ୍କ ସାମ୍ମାନରେ ରଖିନାହୁଁ, ଏଠାରେ ରଖିଛୁ ଖୁଦ ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ବୋରାପଦା ଖମାର ଗ୍ରାମରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ, ଏନେଇ ବାରମ୍ବାର ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ଜଣାଇ ଆସୁଥିବା ସ୍ବତ୍ବେ କୌଣସି ସୁଫଳ ମିଳିପାରିଲା ନାହିଁ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ବୋରାପଦା ଖମାର ୧୫ ନମ୍ବର ଓ୍ବାର୍ଡରେ ୧୦୦ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି। ଏହି ଅଞ୍ଚଳର ବିଶୁଦ୍ଧ ପାନୀୟ ପାଇଁ ଦୁଇ ଟି ନଳକୂପ ଖୋଲା ଯାଇଥିଲେ ହେଁ ସେହି ନଳକୂପ ପାଣି ପିଇବା ପାଇଁ ଯୋଗ୍ଯ ହୋଇପାରୁନାହିଁ। ଅପରପକ୍ଷରେ ଏହି ଗାଁ ପାଇଁ ଗାଧୋଇବା ସମସ୍ୟା ମଧ୍ୟ ଦେଖାଦେଇଛି। ଏପରିକି ଗାଈଗୋରୁଙ୍କ ପାଇଁ ପାଣି ମୁନ୍ଦେ ପାଇପାରୁ ନାହାଁନ୍ତି। ଉପରୋକ୍ତ ଦୁଇଟି ନଳକୂପରୁ ବାହାରୁଥିବା ଦୁଷିତ ଜଳକୁ ପାନୀୟ ଜଳ ଭାବରେ ବ୍ଯବହାର କରିବା ଯୋଗୁଁ ବର୍ତ୍ତମାନ କିଛି ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାର ଦୁଷ୍ଟାନ୍ତ ମଧ୍ୟ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମବାସୀ ଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ସହିତ ବୋରଓ୍ବେଲର ସୁବିଧା କରାଗଲେ ଗ୍ରାମବାସୀ ପାନୀୟ ଜଳ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉକ୍ତ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏହି ଅଭିଯୋଗ ପତ୍ର ପ୍ରଦାନ କରିବା ସମୟରେ ଗ୍ରାମର ମଞ୍ଜୁ ଦେହୁରୀ, ଅନି ଦେହୁରୀ, ଶାନ୍ତି ଦେହୁରୀ, ରୁକୁଣୀ ଦେହୁରୀ, ପାର୍ବତୀ ମହାରଣା, ଉଦରୀ ନାଏକ,ବାଦୁଡି ବେହେରା, ସାରୁଆ ମହନ୍ତ ପ୍ରମୁଖ ରହିଥିବା ବେଳେ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ତେବେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ହେଲେ ଜିଲ୍ଲାପାଳ ଏହା ଉପରେ କେବେ ସମାଧାନ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା।

ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ସପ୍ତାହର ମହାସମାରୋହରେ ପୂର୍ଣ୍ଣାହିତି ସମ୍ପନ୍ନ

ଢେଙ୍କାନାଳ୦୮/୧୦ – (ମନିସ) :- ଢେଙ୍କାନାଳ କାରିଗଲସାହି ସ୍ଥିତ ଅଭିନନ୍ଦନ ଗାର୍ଡେନ ଠାରେ ଢେଙ୍କାନାଳ ସହରର ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ପାରାୟଣ ସପ୍ତାହ ଗତ ୩୦ ତାରିଖ ବୁଧବାର ଦିନ ଠାରୁ ଆଆରମ୍ଭ ହୋଇ ତାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ପିତୃପକ୍ଷରେ ଅନୁଷ୍ଠିତ ହୋଇଥିବା ଉକ୍ତ ଭାଗବତ ସପ୍ତାହରେ ବୃନ୍ଦାବନରୁ ଆସିଥିବା ବକ୍ତା ସରସ ଦାସ ମହାରାଜା ଭାଗବତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରବଚନ ଦେଉଥିଲେ। ଦୀର୍ଘ ୨୧ ବର୍ଷ ଧରି ଏହି ଭାଗବତ ପାରାୟଣ ମହାସମାରୋହରେ ଆୟୋଜନ ହୋଇଆସୁଛି। ଉକ୍ତ ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ସହରର ହଜାର ହଜାର ମହିଳା ଓ ପୁରୁଷମାନେ ପ୍ରବଚନ ଶୁଣିବା ପାଇଁ ଉପସ୍ଥିତ ରହୁଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସଭାନେତ୍ରୀ, ମୋନିକା ଶର୍ମା, ସମ୍ପାଦିକା ଶ୍ରଦ୍ଧା ଅଗ୍ରୱାଲ, କୋଷାଧ୍ୟକ୍ଷା ଆଶା ଅଗ୍ରୱାଲ ସମେତ୍ ମାରୁଆଡି ମହିଳା ସମିତିର ମୁଖ୍ୟ ସାଗର ଅଗ୍ରୱାଲ ଓ ସରିତା ଅଗ୍ରୱାଲ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଭାବରେ ପରିଚାଳନା କରିଥିବା ବେଳେ ମାରୁଆଡି ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ଭାବରେ ସହଯୋଗରେ କରିଥିଲେ। ସଂନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ଶେବନର ସମସ୍ତ ବ୍ଯବସ୍ଥା କରାଯାଇଥିଲା।

ଅଙ୍ଗନବାଓ୍ବାଡି ଦିଦିଙ୍କ ବଦଳି ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ:୦୮/୧୦ – (ମନିସ) :- ଢେଙ୍କାନାଳ ସହର ସ୍ଥିତ ବ୍ଳକ ଅନ୍ତର୍ଗତ ରତ୍ନପୁର ଗ୍ରାମବାସୀମାନେ ଅଗନଓ୍ବାଡି ଦିଦିଙ୍କୁ ବଦଳି କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଅଭିଯୋଗ ପତ୍ରନୁସାରେ ଜଣାପଡିଛି ଯେ ରତ୍ନପୁର ଗ୍ରାମର ଅଗନଓ୍ବାଡି କେନ୍ଦ୍ରରେ କାର୍ଯ୍ୟରତଥିବା ମଲ୍ଲିକା ସାହୁ ପଢୁଥିବା ଶିଶୁ ମାନଙ୍କୁ ବହୁତ ଅସୁବିଧାରେ ପକାଉଛନ୍ତି। ଠିକ୍ ସମୟରେ ଖାଇବା ନଦେବା, କ୍ଳାସ ନକରିବା ଏବଂ ଅଗନଓ୍ବାଡି କେନ୍ଦ୍ରକୁ ଠିକ୍ ସମୟରେ ଆସୁନଥିବା, ଚାଉଳ ଓ ଅଣ୍ତା ଏବଂ କିଶୋରୀ ବାଳିକାଙ୍କ ପାଇଁ ଆସୁଥିବା ବିଭିନ୍ନ ଖାଦ୍ୟ କିଶୋରୀ ବାଳିକା ମାନଙ୍କୁ ନଦେଇ ସବୁ ବିକ୍ରି କରୁଥିବା ଅଭିଯୋଗ ରହିଛି। ଏହା ବ୍ଯତିତ ମିଟିଂ ଅଛି କହି ଛୁଟିରେ ରହନ୍ତି। ଗ୍ରାମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ଉକ୍ତ ସମସ୍ୟା ବିଷୟରେ ପଚାରିବାରୁ ଦିଦି ଏହାକୁ ଅଣଦେଖା କରିଥିଲେ। ଗ୍ରାମବାସୀମାନେ ଏକ ସଭା କରି ଦିଦିଙ୍କୁ ଖାତା ଯାଞ୍ଚ କରିବାରୁ ଦେଖିବାକୁ ପାଇଥିଲେ ଯେ,ପିଲାମାନେ ଅନୁପସ୍ଥିତ ଥିଲେ ମଧ୍ୟ ଉପସ୍ଥାନ ପକାଯାଇଅଛି। ଏହି ବିଷୟରେ ସିଡିପିଓ ଙ୍କୁ ଜଣାଇବାରେ ସିଡିପିଓ ଉକ୍ତ ପାଖ ଗ୍ରାମ ତେନ୍ତୁଳିପାଟଣା (କ) ର ଦିଦିଙ୍କୁ ଚାର୍ଜ୍ ଦେଇଥିଲେ। ଏହାପରେ ମଲ୍ଲିକା ଦେଇ କୋର୍ଟ ପେପର ଧରି ପୁନର୍ବାର ଚାର୍ଜ୍ ନେଇଥିଲେ। ମଲ୍ଲିକା ଦେଇ ଯଦି ଆସି ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାର୍ଜ୍ ନିଅନ୍ତି ତେବେ ଅଭିଭାବକମାନେ ପିଲାମାନଙ୍କୁ ଆସୁଥିବା ଖାଦ୍ୟ ଓ କିଶୋରୀ ବାଳିକା ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଏହି ଅଭିଯୋଗ ପତ୍ରରେ ଉହ୍ଲେଖ କରି ଚେତାବନୀ ଦେଇଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାର ପୁସ୍ତକ ମେଳା ର ଉଦଯାପନୀ ଦିବସ ..କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା..

Sunil Chandra Nayak

ଛିଲିପା କର୍ମଚାରୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ

masiha

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!