ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

ମୟୂରଭଞ୍ଜ -୨୮/୦୩ // ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଓ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୮ ଲିଟର ଦେଶୀ ରନ୍ଧା ମଦ ଏବଂ ୦୩ ଗୋଟି ମୋଟର ସାଇକେଲ *(ଓଡି-୧୧ଏ-୩୭୯୫, ଓଡି-୧୧ଡବ୍ଲୁ-୨୬୦୦ ଓ ଓଡି-୧୧ଡବ୍ଲୁ-୯୦୧୬)* ଜବତ କରାଯାଇଛି l ଘଟଣା ସ୍ଥଳରୁ ଚେମ୍ପରାଇ ଗ୍ରାମର ଦେବିଲାଲ ମୁର୍ମୁ , କୁମ୍ଭୀରଦା ଗ୍ରାମର ଆମେରିକା ସି ଏବଂ ପାସନା ଗ୍ରାମର କୁନା ବେଶ୍ରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମୋଟର ସାଇକେଲ ଓ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଳବ କୁମାର ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

Vigilance Nabs Rayagada SE with Rs 1.5 Lakh in Unaccounted Cash

masiha

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!