ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ପାଳନ, ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ପାଳନ,

ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

କୋକସରା,୨/୧୦ // ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କ ଜୟନ୍ତୀ କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଛି। ଦଳୀୟ କର୍ମକର୍ତ୍ତା ମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅବସରରେ ଗାଁ କୁ ଚାଲ ପଦଯାତ୍ରାର ପ୍ରସ୍ତୁତି ବୈଠକ କୋକସରା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ଲିଙ୍ଗରାଜ ବେହେରା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପାଟ୍ଟଯୋଷୀ ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ଗୁପ୍ତା, ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ମଣିଭଦ୍ର ପଣ୍ଡା, ନିମାଇଁ ଧଙ୍ଗଡ଼ାମାଝି, ମହିଳା କଂଗ୍ରେସ ସଭାନେତ୍ରୀ ମାଧୁରୀ ନିଆଲ, ମୋଟେର ଜୋନ ସଭାପତି ଯତୀନ୍ଦ୍ର ଦଳେଇ କୋକସରା ଜୋନ ସଭାପତି କମଳ ଲୋଚନ ନାଏକ, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ ସମେତ ବ୍ଲକ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

କିନ୍ନର ମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

masiha

Leave a Comment

error: Content is protected !!