ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

ନବରଙ୍ଗପୁର, (ମସିହା) ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ, ୨୦୨୩ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ କାବାଗୁଡା ସ୍ଥିତ ଉତ୍କଳ ମାର୍ଥମା ଶିଶୁ ଗୃହର ଛାତ୍ରଛାତ୍ରୀ ଓ ପାରାଲିଗାଲ ସ୍ଵେଚ୍ଛାସେବି ମାନଙ୍କୁ ନେଇ ଏକ ଆଇନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଅରକ୍ଷୀ ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ପୁରୁଷୋତମ ଭୋଇ, ସହକାରୀ ଶ୍ରମ ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ବୁଲୁ ଶ୍ରୀହରିଆ, ମେମ୍ବର, ସି.ଡବ୍ଲୁ.ସି, ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ, ଶ୍ରୀମତୀ. ମନୋରମା ମାଝି, ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଶିଶୁ ଶ୍ରମିକ ପ୍ରଥା କିଭଳି ଏକ ଅପରାଧ,୧୪ ବର୍ଷରୁ କମ ବୟସର ଶିଶୁ ମାନେ ଶିକ୍ଷାଅଧିକାର ଆଇନ ଅନୁଯାଇ କିପରି ନିଶୁଳ୍କ, ବାଧ୍ୟତାମୂଳକ ଶିକ୍ଷା ପାଇବାକୁ ହକଦାର ଅଟନ୍ତି ଓ ଶିଶୁ ମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଆଇନ ବିଷୟରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରରେ କୁମାରୀ ଅଭୀପ୍ସା କୁମାରୀ କରକରା, ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ

masiha

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ଘୋଷିତ

masiha

ମିଳିତ ଶିକ୍ଷକ ସଂଘର ବୈଠକ 

Sunil Chandra Nayak

Leave a Comment

error: Content is protected !!