ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଚାରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ବିଚାରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଆସିକା,୨୨/୪/୨୬ (ଶିବ ଶଙ୍କର ମିଶ୍ର ) ଆସିକା କୋର୍ଟର କାର୍ଯ୍ୟରତ ବିଚାରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଆସିକା ଓକିଲ ସଙ୍ଘ ର ସଭା ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଚାରପତି ମନୋଜ କୁମାର,ଏ. ଗୀତାଞ୍ଜଳି ନାୟୁଡୁ, ତୃପ୍ତି ଦାସ, କେ. ମୋହିନୀଙ୍କ ସମେତ ଓକିଲ ସଙ୍ଘର ସଭାପତି ଛବିଳ ରାମ ମିଶ୍ର, ସମ୍ପାଦକ ଚିତ ରଞ୍ଜନ ଦାସ, ପ୍ରମୁଖ ମଂଚାସୀନ ରହିଥିଲେ l ଏହି କୋର୍ଟ ରେ ଦୀର୍ଘ ବର୍ଷ ହେଲା ଲୋକ ମାନଙ୍କୁ ଉପଯୁକ୍ତ ନ୍ୟାୟିକ ବ୍ୟବସ୍ଥା ରେ ଉତ୍ତମ ସେବା ଦେଇ ଆସୁଥିବା ମୁନସିବ ଝିଲି ଲିନା ନାୟକ ଙ୍କୁ ଆସିକା ରୁ ବଦଳି ହୋଇ କଟକ ନିଆଳି କୋର୍ଟ ରେ ନ୍ୟାୟିକ ବ୍ୟବସ୍ଥା ରେ କାର୍ଯ୍ୟ କରିବେ l ଆଜିର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମା, ସୁରେନ୍ଦ୍ର ନାଥ ପଣ୍ଡା, ଅଜିତ ଚୌଧୁରୀ, ଦିଲ୍ଲୀପ ପାଣିଗ୍ରାହୀ, ସରତେନ୍ଦୁ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ଲଳିତ ମୋହନ ଦାସ,ଶିବ ଶଙ୍କର ପାତ୍ର, ଖୋକନ ରାଓ,ନାରାୟଣ ହୋତା,ନାରାୟଣ ବେହେରା, ଦୁର୍ଗା ପଟନାୟକ,ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ଦିନ ମଧ୍ୟରେ ଉତ୍ତମ ନ୍ୟାୟ ପ୍ରଦାନ କରୁଥିଲେ l ତାଙ୍କର ଆହୁରି ଉତ୍ତର ଉତ୍ତର କାମନା କରିଥିଲେ l

Related posts

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

Sunil Chandra Nayak

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!