ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକାଭିମୁଖୀ ବୈଠକ 

ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକାଭିମୁଖୀ ବୈଠକ 

ଡାବୁଗାଁ, ୧୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସମନ୍ଵୟରେ ଏକାଭିମୁଖୀ ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଇସିଡିଏସ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଜଳ ଓ ପରିମଳ, ସମାଜ କଲ୍ୟାଣ, ଉଦ୍ୟାନ, ଖାଦ୍ୟ ସୁରକ୍ଷା, ବନ ବିଭାଗ, ବିଦ୍ୟୁତ, ଜଳ ସେଚନ, ଯୋଗାଯୋଗ ବିଭାଗ ରେ ଚାଲିଥିବା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଉପରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ | ଏହି ବୈଠକରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ କୃଷି ଅଧିକାରୀ ସୁଦେସ୍ନା ଧଳ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବିଶଙ୍କର ପଣ୍ଡା, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ନିରୋଜ ମଲ୍ଲିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ବିପିସି ଯୋଗେନ୍ଦ୍ର ମାଝି, ବନରକ୍ଷୀ ଅନିତା ହିଆଲ, ଏସିଡିଓ ଟଭା ଭତ୍ରା, ପଞ୍ଚାୟତ ଅଧୀନ ସମସ୍ତ ସ୍ୱାସ୍ଥ୍ୟ କର୍ମୀ (ମହିଳା), ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ୱାର୍ଡ ସଭ୍ୟାସଭ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

masiha

‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

Leave a Comment

error: Content is protected !!