ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡାକ ବିଭାଗ ଆନୁକୂଲ୍ୟରେ ଅଢାଇ ଅକ୍ଷର ଚିଠି ଲେଖା ପ୍ରତିଯୋଗିତା 

ରାଇରଙ୍ଗପୁର ଡାକ ବିଭାଗ ଆନୁକୂଲ୍ୟରେ ଅଢାଇ ଅକ୍ଷର ଚିଠି ଲେଖା ପ୍ରତିଯୋଗିତା 

 ମୟୂରଭଞ୍ଜ -୧୮/୧ // ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ଠାରେ ରାଇରଙ୍ଗପୁର ଡାକ ବିଭାଗ ଦ୍ବାରା ଆୟୋଜିତ ଶୀର୍ଷକ ଡିଜିଟାଲ ଯୁଗରେ ଚିଠି ଲେଖାର ଆନନ୍ଦ ଉପରେ ଏକ ଚିଠିଲେଖା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କାର୍ଯକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଏକ ପ୍ରାରମ୍ଭିକ ସଭା ଭାରପ୍ରାପ୍ତ ଅଧକ୍ଷ ଡକ୍ଟର ବୀରକିଶୋର ଚାଉପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ସଭାର ମୁଖ୍ୟ ଅତିଥି ରାଇରଙ୍ଗପୁର ଡାକ ବିଭାଗର ସୂପରିଣ୍ଟେଡେଣ୍ଟ ଗୌରାଙ୍ଗ ଚରଣ ବେହେରା ,ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପରିବେଶ ବିତ ପ୍ରଦୀପ୍ତ କବି, କଥାଶିଳ୍ପୀ ଲଳିତ ମହନ୍ତ ଅନ୍ୟତମ ସମ୍ମାନିତ ଅତିଥି ବିଜେପି ନଗର ସଭାପତି ସୁରଥ କୁମାର ପଟ୍ଟନାୟକ ,ଡାକ ବିଭାଗର ଅଫିସ ସହକାରୀ ଦୀପକ କୁମାର ,ଓଡ଼ିଆ ଅଧ୍ୟାପକ ଡକ୍ଟର ମିଳନ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ମଞ୍ଚରେ ମଞ୍ଚାସିନ ଥିବା ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ହେମନ୍ତ ଗିରି ,ବିଭୂତି ଭୂଷଣ ପାଣିଗ୍ରାହୀ ,ମେନକା ମହାକୁଡ ,ଜିନୀୟା ଭଟ୍ଟାଚାର୍ଯ୍ୟ, ମେଜର ହେମେନ୍ଦ୍ର ରାଉତ ଏବଂ ବିକ୍ରମ ବେଶ୍ରା l ଆଜିର ଚିଠିଲେଖା ପ୍ରତିଯୋଗିତା ଦୁଇଟି ବର୍ଗରେ ଥିଲା ଗୋଟିଏ ଅଠର ବର୍ଷରୁ କାମ ଏବଂ ଅନ୍ୟଟି ଅଠର ବର୍ଷରୁ ଉର୍ଦ୍ଧ ପୁଣି ଗୋଟିଏ ପାଞ୍ଚଶହ ଅକ୍ଷର ଅନ୍ୟଟି ହଜାରେ ଅକ୍ଷର ମଧ୍ୟରେ ସୀମିତ ଥିଲା l କନିଷ୍ଠ ବର୍ଗରେ ୨୦ ଜନ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ବରିଷ୍ଠ ବର୍ଗରେ ୧୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବରିଷ୍ଠ ବର୍ଗରେ ବୟସ ସୀମା କିଛି ନ ଥିଲା ଯାହାଫଳରେ ୬୫ରୁ ୭୦ ବର୍ଷର ବୟସ୍କ ବ୍ୟକ୍ତିମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ୨୫ ତାରିଖ ଶନିବାର ମଧ୍ୟ ଆଲଚିକି (ସାନ୍ତାଳୀ ଭାଷାରେ ) ମଧ୍ୟ ଆଉ ଏକ ଅନୁରୂପ କାର୍ଯକ୍ରମ କରାଯିବାର ସିଦ୍ଧାନ୍ତ ହୋଇଥିବା କଥା ଆୟଜକ ପୋଷ୍ଟ ଫୋରମର ସଦସ୍ୟ ସୁରଥ ପଟ୍ଟନାୟକପ୍ରକାଶ କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ରାଜନଗର ଠାକୁର ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

masiha

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!