ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସକ୍ଲବର ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ରାଜ୍ୟ ଉପବାଚସ୍ପତିଙ୍କ ଦ୍ବାରା ଶୁଭ ଉଦ୍ଘାଟିତ 

କୋଇଡା ପ୍ରେସକ୍ଲବର ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ରାଜ୍ୟ ଉପବାଚସ୍ପତିଙ୍କ ଦ୍ବାରା ଶୁଭ ଉଦ୍ଘାଟିତ 

କୋଇଡା – ୧୭/୦୧ // ଶୁକ୍ରବାର ଦିନ କୋଇଡା ପ୍ରେସ କ୍ଲବ୍ ଆନୁକୁଲ୍ୟରେ ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ଏବଂ ସ୍ବଦେଶୀ ମେଳାର ଶୁଭାରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପୂର୍ବାହ୍ନ ସକାଳ ୯.୩୦ ଘଟିକାରେ ପ୍ରେସ କ୍ଳବ୍ ଆନୁକୁଲ୍ୟରେ ଏକ ବିଶାଳ ମାରାଥନ୍ “ରନ୍ ଫର୍ କୋଇଡା” ଅନୁଷ୍ଠିତ ହୋଇଥିଲା ।ଏହାକୁ କୋଇଡା ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ପ୍ରାକ୍ତନ କଂଗ୍ରେସ ବିଧାୟକ ଜନାର୍ଦ୍ଦନ ଦେହୂରୀ ଏବଂ ପ୍ରାକ୍ତନ ବିଜେଡି ବିଧାୟକ ଭୀମସେନ ଦେହୂରୀ ପ୍ରମୁଖ ଯୋଗଦେଇ ଜଗନ୍ନାଥ ମନ୍ଦିର ଏବୂ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ମାରାଥନ୍ ” ରନ୍ ଫର୍ କୋଇଡା” ର ଶୁଭାରମ୍ଭ କରିଥିଲେ ।

   ପରେ ସଂନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବଣ, ଜଙ୍ଗଲ,ନଦୀ,ନାଳ,ଘେରା ଲୌହଖଣି ଅଂଚଳ କୋଇଡା ଜଗନ୍ନାଥ ମନ୍ଦିର ସନ୍ନିକଟ ମେଲଣ ପଡ଼ିଆରେ କୋଇଡା ପ୍ରେସ କ୍ଲବର ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ଶୁକ୍ରବାର ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ରାଜ୍ୟ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ କରକମଳରେ ରଙ୍ଗାରଙ୍ଗ ପରିବେଶରେ ଶୁଭ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ମେଲଣ ପଡିଆ ଫାଟକ ପାଖରେ ଫିତାକାଟି ପ୍ରେସ କ୍ଲବର ବାର୍ଷିକୋତ୍ସବ ଶୁଭ ଉଦ୍ଘାଟନ କରିଥିଲେ ।ତାଙ୍କ ସହିତ ପିଏସ ନିରଞ୍ଜନ ସାହା ,କୋଇଡା ଭାରାପ୍ରାପ୍ତ ତହସିଲଦାର ଆଶିଷ ସାହୁ ,କୋଇଡା ପ୍ରେସ କ୍ଳବ୍ ସଭାପତି ସଂଗ୍ରାମ କେଶରୀ ନାଏକ,ସଂପାଦକ ବିଜୟାନନ୍ଦ ଜେନା( ବୁବୁ)ଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧିସମୂହ ସାମିଲ ହୋଇଥିଲେ । ପରେ ସାମ୍ବାଦିକ ବଂଧୁମାନେ ଅତିଥିବୃନ୍ଦଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ । ମୁଖ୍ୟ ଅତିଥି ଗଣେଶ ପୂଜନ ଓ ଭାରତମାତାଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେଇ ନଡ଼ିଆ ଫଟାଇ କୋଇଡା ପ୍ରେସ କ୍ଲବର ଶୁଭାରମ୍ଭ କରିଥିଲେ । ପ୍ରେସ କ୍ଲବ ତରଫରୁ ଅତିଥିବୃନ୍ଦ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରେସ କ୍ଲବର ସଭାପତି ସଂଗ୍ରାମ କେଶରୀ ନାୟକ କୋଇଡା ମାଟିରେ ଦୁଇ ବର୍ଷ ତଳେ ଏକ ଛୋଟ ଗଛଟିଏ ଭାବେ ପୋତା ହୋଇଥିଲା ।ଧୀରେ ଧୀରେ ଏହା ଏକ ବଡ଼ ଦ୍ରୁମ ହେବାକୁ ଯାଉଛି ।ଦିର୍ଘ ଦୁଇ ବର୍ଷ ହେଲା କୋଇଡା ପ୍ରେସ କ୍ଳବ୍ କୋଇଡା ଅଂଚଳର ଆଂଚଳିକ ସମସ୍ୟା ସହିତ ଲଢିବା,ସମସ୍ୟାକୁ ଗଣମାଧ୍ୟମରେ ପ୍ରକାଶନ କରି ସରକାର,ରାଜନେତା,ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନଜରକୁ ଆଣି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ସହ ବହୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି । ସାମ୍ବାଦିକ ବଂଧୁ ମାନଙ୍କର ପ୍ରଚେଷ୍ଟାରେ ଏବଂ ଅଂଚଳ ବାସୀଙ୍କ ଆଶୀର୍ବାଦରେଏହି କ୍ଲବ ଆଗକୁ ଆଗ ବଢି ଚାଲିଛି । ତଦସହ ଚଳିତ ବର୍ଷ ୧୦ ଦିବସୀୟ ସ୍ବଦେଶୀ ମେଳା ଆୟୋଜନ କରିଛି । ଯେଉଁଠାରୁ ସ୍ବଳ୍ପ ମୂଲ୍ୟରେ ଅଂଚଳବାସୀ ସୁଦୂର ଯୋଡ଼ା,ବଡ଼ବିଲ,କେନ୍ଦୁଝର,ରାଉରକେଲା ନ ଯାଇ ହାତପାଆନ୍ତାରେ ଭାରତର ବିଭିନ୍ନ ଉଦ୍ୟୋଗ ପତି, ସ୍ବୟଂ ସହାୟିକା ଗୋଷ୍ଠୀ,ସମବାୟ ସମିତିଙ୍କ ଦ୍ବାରା ପ୍ରସ୍ତୁତ ଘରକରଣା ଜିନିଷ ସୁଲଭ ମୂଲ୍ୟରେ ପାଇଁ ପାରିବେ ବୋଲି କହିଥିଲେ । ସେହିଭଳି ପ୍ରେସ କ୍ଲବ ସଂପାଦକ ଵୁବୁ ଜେନା ରାଜ୍ୟ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କୋଇଡା ମାଟିରେ କୋଇଡା ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ପାଦ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ । ମୁଖ୍ୟ ଅତିଥି କହିଥିଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଭାରତ ତଥା ଓଡ଼ିଶାରେ ପ୍ରସ୍ତୁତ ପୋଷାକ,ଖାଦ୍ୟ,ମସଲା,ମୋବାଇଲ ଯେକୌଣସି ପ୍ରସ୍ତୁତ ନିର୍ମାଣ କାରୀ ଏବଂ ବ୍ୟବହାରକାରୀଙ୍କ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି । ବିଦେଶୀ ଚାଇନା ପ୍ରସ୍ତୁତ ଜିନିଷକୁ ବର୍ଜନ କରି ଭାରତୀୟ ସ୍ବଦେଶୀଙ୍କ ଦ୍ଵାରା ପ୍ରସ୍ତୁତ ବ୍ୟବହାର ପାଇଁ ଧ୍ୟାନ ଦେଉଛନ୍ତି । ତେଣୁ ଏହି ସ୍ବଦେଶୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ ସ୍ଵଦେଶୀ ଜିନିଷ ଵ୍ଯବହାର କର ବିଦେଶୀ ଜିନା ତ୍ୟାଗ କର ।କୋଇଡା ପ୍ରେସ କ୍ଲବ କୋଇଡା ଅଂଚଳର ଜନସେବା, ସ୍ବାସ୍ଥ୍ୟ ସେବା,ବୃକ୍ଷ ରୋପଣ,ସଡ଼କ ସୁରକ୍ଷା,କ୍ରୀଡା ବିକାଶ, ରକ୍ତଦାନ,ଅସହାୟ ଅନାଥ ପିଲାମାନଙ୍କୁ ପାଠପଢା ସାମଗ୍ରୀ ପ୍ରଦାନ,ଗ୍ରୀଷ୍ମ ଦିନେ ଜଳଛତ୍ର ବ୍ୟବସ୍ଥା ,ପୂଜ୍ୟପୂଜାଙ୍କୁ ସମ୍ବର୍ଦ୍ଧିତ କରିବା ଭଳି ବହୁ ସାମାଜିକ କାର୍ଯ୍ଯକ୍ରମରେ ଲିପ୍ତ ଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ସରକାର ସବୁବେଳେ ସାମ୍ବାଦିକ ମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ସୁଖ ଦୁଃଖର ସାଥୀ ଅଛନ୍ତି ।କୋଇଡା ପ୍ରେସ କ୍ଳବ୍ ଆଗକୁ ବଢୁ ବୋଲି କହିଥିଲେ ।ପରେ ମୁଖ୍ୟ ଅତିଥି ୪ ଜଣ ଶ୍ରେଷ୍ଠ ମାରାଥାନକାରୀଙ୍କୁ କପ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ସେହିଭଳି ସ୍ଵଦେଶୀ ମେଳା ଆୟୋଜନ କରିଥିବାରୁ ଅଂଚଳ ବାସୀଙ୍କୁ ବିଭିନ୍ନ ସଂସ୍ଥା ତରଫରୁ ଦେଶୀୟ ପ୍ରସ୍ତୁତ ପୋଷାକ,ଆଚାର,ବ୍ୟାଗ,ଖାଦ୍ୟ, ବଢ଼ି,ପାମ୍ପଡ, ମିଲେଟ ଖାଦ୍ୟ,ଆୟୂର୍ଵେଦିକ ଔଷଧ, ଉପରେ ସଚେତନ କରାଇବା ଏବଂ ସ୍ବଦେଶୀ ସାମଗ୍ରୀ କ୍ରୟ କରିବା ନେଇ ଏହି ମେଳା ଆୟୋଜନ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।ପରେ ରାଉରକେଲାର ବିଖ୍ୟାତ ଅଷ୍ଟଷଖୀ ନୃତ୍ଯ ଅନୁଷ୍ଠାନ ତରଫରୁ ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟ,ପାରଂପାରିକ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରବଳ ଶୀତଳ ପ୍ରକୋପରୁ ଖାତିର ନ କରି ବହୁ ସଂଖ୍ୟାରେ ଦର୍ଶକ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆୟୋଜକ ଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

Sunil Chandra Nayak

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ 

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କର

Sunil Chandra Nayak

Leave a Comment

error: Content is protected !!