ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଉପରେ ତାଲିମ 

ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଉପରେ ତାଲିମ 

ଡାବୁଗାଁ, ୧୮/୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପାଣିର ବ୍ୟବହାର, ଜଳ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନା କମିଟି, ଉପଭୋକ୍ତା କମିଟି, ଜଳର ମାନ ପରୀକ୍ଷଣ ଆଦି ଉପରେ ତାଲିମ ଦିଆଯାଇଥିଲା | ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବିଆରସି ରଞ୍ଜନ ମହାଙ୍କୁଡ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସରପଞ୍ଚ, ସମସ୍ତ ସ୍ଵାବଲମ୍ବୀ କାରିଗର, ପମ୍ପ ଡ୍ରାଇଭର, ଅଙ୍ଗନୱାଡି କର୍ମୀ, ଏସିଡିଓ, ଏମବିକେ ଓ ସିଆରପି ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

masiha

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

Leave a Comment

error: Content is protected !!