ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ.

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ.

ଭବାନିପାଟଣା:  – ଭବାନିପାଟଣା ସହର ଉପକଣ୍ଠସ୍ଥ ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଠାରେ ଗତ ଦୁଇଦିନ ହେବ ତ୍ରୟୋଦଶ ବାର୍ଷିକ ଉତ୍ସବ 2025 ର ବିଭିନ୍ନ କାର୍ଯ୍ୟକ୍ରମ ହୋଇ ଯାଇଛି. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ପ୍ରାଶାସନିକ ଅଧିକାରୀ ସୌମ୍ୟ ଶୁଭମ ପାଣି ମୁଖ୍ଯ ଅତିଥି, ଡା ଦୀନବନ୍ଧୁ ସାହୁ ମୁଖ୍ଯ ବକ୍ତା, ଡା ନୀହାରେଦ୍ର ପଣ୍ଡା, ପୋଲିସ ହାଇ ସ୍କୁଲ୍ ପ୍ରଧାନ ଶିକ୍ଷକ ରବିନ୍ଦ୍ର ପଟ୍ଟନାୟକ, ଘରୋଇ ସ୍କୁଲ ଶିକ୍ଷକ ସଂଘ ସଭାପତି ଡ ଶିବରାମ ନାୟକ, ଭବାନିପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ବିଦ୍ୟାଳୟ ଟ୍ରଷ୍ଟୀ ଅଧ୍ଯକ୍ଷା ନିହାରିକା ପୁରୋହିତ,ସମ୍ପାଦକ ଆଶୁତୋଷ ମୁଣ୍ଡ ,କଳ୍ପେଶ୍ଵର ପୁରୋହିତ, ସ୍ଵପ୍ନା ପ୍ରଧାନ, ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷା ନିକେତନ ର ଛାତ୍ରଛାତ୍ରୀମାନ ଙ୍କୁ ଉତ୍ସାହିତ କରିବା ସହ କୃତୀ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କୃତ କରିଥିଲେ. ଶିକ୍ଷକ ମୁକୁନ୍ଦ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ମଧୁସୂଦନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ.ଚିନ୍ମୟ ପଣ୍ଡା ଙ୍କ ନିର୍ଦ୍ଦେଶିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୌରାଣିକ ନାଟକ “ଦଶାନନ୍ “ପ୍ରଦର୍ଶିତ କରାଯାଇଥିଲା ଧରିତ୍ରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ. 24 ତାରିଖରେ ବିଜ୍ଞାନମେଳା, ଗଣିତ ମେଳା, ଚିତ୍ରକଳା ପ୍ରଦର୍ଶନୀ, ସାହିତ୍ୟ ଘର, ଇଂରାଜୀ ଘର, କଳାହାଣ୍ଡି ପ୍ରକୋଷ୍ଠ, ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଟିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ଡ ଦାଶରଥି ଆଚାର୍ଯ୍ଯ, ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର, ପ୍ରମିଳା ମିଶ୍ର, ଶିକ୍ଷକ ଝସକେତନ ପ୍ରଧାନ, ବୋର୍ଡା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ,ବିଜ୍ଞାନ ଶିକ୍ଷକ ଅମରେଶ ନେଗୀ, ବିରଞ୍ଚିନାରାୟଣ ମୁଣ୍ଡ, ଗାଳ୍ପିକ ଦିଲେଶ୍ଵର ରଣା, ଗଣିତଜ୍ଞ ପ୍ରମୋଦ ସାହୁ, ବିଜ୍ଞାନ ଓ ଗଣିତ ଶିକ୍ଷକ ଚନ୍ଦନ ସାହୁ, ଶିକ୍ଷୟତ୍ରୀ ଜ୍ଯୋତିରାଣୀ ଦାଶ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ମେଳା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ.।

କିଶନ ଶର୍ମା,ଭବାନୀପାଟଣା

Related posts

ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢା ମୃତ 

Shree Mahaveer Yuba Parishad honored as Prakruti Mitra.

masiha

ରାଇରଙ୍ଗପୁରରେ ଖେମକା ଇଣ୍ଟରପ୍ରାଇଜେସ ତରଫରୁ ମେଗା ” ବିର୍ଲା ଓପୁଷ ରଙ୍ଗ ସୋ ରୁମ୍ ‘ ଶୁଭଉଦଘାଟିତ

masiha

Leave a Comment

error: Content is protected !!