ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଶୁଭେଚ୍ଛା ପ୍ରଦାନ

ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଶୁଭେଚ୍ଛା ପ୍ରଦାନ

ବାଲେଶ୍ଵର,୧୧/୬/୨୪ – ସ୍ବାଧୀନତା ସଂଗ୍ରାମୀ ଓ ଓଡ଼ିଶା ବିଧାନ ସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଛି ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି । ଯାହାର ସଂପାଦକ ଠାକୁର ରଣଜିତ ଦାସ, ଯିଏକି ବାଚସ୍ପତି ଶ୍ରୀ ଦାସଙ୍କ ଅଣନାତି ଅଟନ୍ତି । ସଭାପତି ଉମେଶ ଚନ୍ଦ୍ର ନାୟକ ଓ ଆବାହକ ଅଭିରାମ ମହାପାତ୍ର । ଖଇରା ଜନସାଧାରଣ ଏବଂ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଦେଶ ଉନ୍ନତିରେ ମୁଖ୍ୟ କର୍ଣ୍ଣଧାର ସାଜି ଥିବାରୁ ମନ୍ତ୍ରୀ ମହୋଦୟଙ୍କୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ । ପୂର୍ବଥର ପରି ଏଥର ମଧ୍ୟ ବାଲେଶ୍ଵର ଜିଲ୍ଲା ତଥା ସମଗ୍ର ଦେଶ ଉନ୍ନତିର ସ୍ବାଦ ଚାଖିବ ବୋଲି କମିଟିର ଆବାହକ ଶ୍ରୀ ମହାପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କର୍ମଶାଳା 

Sunil Chandra Nayak

ଘାଟବାସୁଳୀ ଗ୍ରାମରେ ବର୍ଷାଜନିତ ପରିସ୍ଥିତିର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ  ଗ୍ରାମବାସୀଙ୍କ ସମସ୍ୟା ଶୁଣି ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ 

Sunil Chandra Nayak

ମ.ରାମପୁର ଡ୍ରାଇଭର ସଂଘର ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!