ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

ନବରଙ୍ଗପୁର:(୨୪|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲାର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନୂତନ ପେନସନ ଭୋଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଏକ ବୈଠକ ଉମରକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ୨୦୦୯ ରୁ ୨୦୨୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ୫୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ, କିରାଣି, ପିଅନ୍ ଓ ରାତ୍ରଜଗୁଆଳି ନୂତନ ପେନସନ୍ ଯୋଜନା (ଏନପିଏସ) ଅନୁଯାୟୀ ଚାକିରୀ କରିଆସୁଛନ୍ତି। ସୂଚନା ଯୋଗ୍ୟ ଯେ ଯେଉଁ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସମୟରେ ନିଯୁକ୍ତି ପାଇଥିଲେ ସେମାନେ ଚାକିରି ଆରମ୍ଭରୁ ୬ ବର୍ଷ ପର୍ଯ୍ୟନ୍ତ ଠିକାଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନା କରି ସରକାରୀ ନିୟମାବଳୀ ଆଧାରରେ ସମସ୍ତେ ନିୟମିତ ହୋଇସାରିଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଦେଶ ଅନୁଯାୟୀ ଗ୍ରୁପ୍ (ବି) ବର୍ଗର କର୍ମଚାରୀ ଯେଉଁମାନଙ୍କ ଚାକିରିରେ ଯୋଗଦାନ ୧୭.୧.୨୦୧୪ ପରେ ହୋଇଥିବ ଏବଂ ଗ୍ରୁପ୍ ସି ଓ ଡି ବର୍ଗର କର୍ମଚାରୀ ଯାହାଙ୍କର ନିଯୁକ୍ତି ୧୨.୧୧.୨୦୧୩ ପରେ ହୋଇଥିବ, ଉକ୍ତ କର୍ମଚାରୀ ୬ଟି ନ୍ୟାସନାଲ ଇକ୍ରିମେଣ୍ଟ ସହ ଏହି ବର୍ଗର କର୍ମଚାରୀଙ୍କର ୬ବର୍ଷ ଚାକିରି ସମୟ ମୂଳ ଚାକିରି ଅବଧି ସହ ଗଣନା ହେବ ବୋଲି କୁହାଯାଇଥିଲା। ଏହା କାର୍ଯକାରୀ ହେବାଦ୍ବାରା ୨୦୦୯ରୁ ୨୦୧୩ ମଧ୍ୟରେ ଚାକିରିରେ ନିୟୋଜିତ ହୋଇଥିବା କର୍ମକର୍ତ୍ତା ଉପେକ୍ଷିତ ହେଲେ, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ଵାରା ଧାର୍ଯ୍ୟ ଏକ ନିର୍ଦ୍ଧଷ୍ଟ ତାରିଖ ପରେ ନିୟୋଜିତ ହୋଇଥିବା ସମସ୍ତ ବର୍ଗର କର୍ମଚାରୀ ଲାଭାନ୍ବିତ ହେଲେ। ପୁଣି ୨୦୧୪ରୁ ଏବଂ ପରବର୍ତ୍ତୀ ମସିହାର ଦରମା ଏବଂ ଚାକିରି ବାରିଷ୍ଠତା ଭିତ୍ତିରେ ୨୦୦୯ରୁ ୨୦୧୩ ମସିହା ମଧ୍ୟରେ ନିୟୋଜିତ କର୍ମଚାରୀଙ୍କଠାରୁ ଅଧିକ ହୋଇଛି ଯାହାକି ସମ୍ବିଧାନର ନିୟମାନୁଯାୟୀ ଏକ ପ୍ରକାରର ବିଜ୍ଞାପନକୁ ଆଧାର କରି ସମାନ ପ୍ରକାରର ଚାକିରି ସର୍ଭାବଳୀ ଥାଇ ଏକ କନିଷ୍ଠ ବର୍ଗର କର୍ମଚାରୀ ତାହାର ବରିଷ୍ଠ ବର୍ଗର କର୍ମଚାରୀ ଠାରୁ ଅଧ‌ିକ ଦରମା ପାଇବା ଉଚିତ୍ ନୁହେଁ, ଫଳରେ ଗୋଟିଏ ବିଦ୍ୟାଳୟରେ ୨୦୦୯ ରୁ ୨୦୧୩ ମସିହାରେ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟିତ୍ରୀ କମ୍ ଦରମା ପାଉଥିବା ସମୟରେ ୨୦୧୫ ରୁ ୧୭ ମସିହାରେ ନିୟୋଜିତ ଶିକ୍ଷକ ଶିକଷୟିତ୍ରୀମାନେ ଅଧ‌ିକ ଦରମା ପାଉଛନ୍ତି I ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ଓ ସ୍ଵାସ୍ଥ୍ୟ ବିଭାଗ ଅଧୀନରେ କର୍ଯ୍ୟ କରୁଥିବା କର୍ମଚାରୀ ମାନେ ଇତିମଧ୍ୟରେ ସରକାର ଉଚିତ୍ ପଦକ୍ଷେପ ନେଇ ତାଙ୍କର ଦରମା ଅସଙ୍ଗତିକୁ ଦୂର କରିଛି। ସୂଚନା ଯୋଗ୍ୟ ଯେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀ ବିଭାଗୀୟ ସଚିବଙ୍କୁ ଦିର୍ଘ ବର୍ଷେ ହେବ ଅନୁରୋଧ କରି ଆସୁଛନ୍ତି। ସେହିପରି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆବେଦନ କରିଥିଲେ କିନ୍ତୁ ଏହି ଅଭିଯୋଗ ର କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଯଥାଶୀଘ୍ର ସମସ୍ତ ଅସଙ୍ଗତି ଦୂର କରିବା ନିମନ୍ତେ ପୁଣି ଥରେ ଆଗାମୀ ଦୀନରେ ରାଜ୍ୟ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ମସିହା ନିଯୁ୍ଜ୍ ସର୍ଭିସ୍ 

Related posts

National Odissi dancer Sriyashree Pati was honored with the Ekamra Pratibha Ratna award.

masiha

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

masiha

ବିକାଶ ପରିଷଦ ପକ୍ଷରୁ ୪୨ମୌଜା ମାଟ୍ରିକ ଟପ୍ପର ସମ୍ମାନିତ 

masiha

Leave a Comment

error: Content is protected !!