ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ବୈଠକ ଓ ନୂତନ କମିଟି ଗଠନ 

ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ବୈଠକ ଓ ନୂତନ କମିଟି ଗଠନ 

ନବରଙ୍ଗପୁର:(୧୪|୯)(ରବି ନାରାୟଣ ମହାନ୍ତି)ଆଜି ଦିବା ୧ଘଟିକା ସମୟରେ ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ସମ୍ପାଦକ ଙ୍କ ଆହ୍ଵାନ କ୍ରମେ ଡାବୁଗାଁ ସ୍ଥିତ କେଲିଆ ଶୈବପୀଠ ଶ୍ରୀ ଶ୍ରୀ ବାବା ଝାଡେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟିକୁ ଗୌତମ କଚିମ ପରିଚାଳନା କରିଥିଲେଏବଂ ନୀଳାମ୍ବର ଦିଶାରି, କୈଳାସ ଭତ୍ରା, ପଦମ୍ ଭତ୍ରା, ଡାବୁଗାଁ ବ୍ଲକ୍ ଗାଁସାଥୀ ସଂଘ ସଭାପତି, ଓ ଅନ୍ୟମାନେ ସହଯୋଗ କରିଥିଲେ। ବୈଠକରେ ଜିଲ୍ଲାର ୧୦ ଗୋଟି ବ୍ଲକ୍ ରୁ ୭ଗୋଟି ବ୍ଲକ ରୁ ଗାଁସାଥୀ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ ଗାଁସାଥୀ ଭାଇ ଓ ଭଉଣୀ ଙ୍କୁ ନେଇ ସଂଘୀୟ ଆଲୋଚନା କରାଯିବା ଭିତରେ ସଂଘର, ସଭାପତି ଓ ଉପସଭାପତି ଏବଂ ଉମରକୋଟ, ନନ୍ଦାହାଣ୍ଡି, ନବରଙ୍ଗପୁର ବ୍ଲକ ରୁ କୌଣସି ସଦସ୍ୟ ଉପସ୍ଥିତ ନଥିଲେ। ବୈଠକ ରେ ସଭାପତି ଓ ଉପସଭାପତି ପୂର୍ବରୁ ୪ଟି ବୈଠକ ଓ ଆଜିର ବୈଠକ ରେ ଅନୁପସ୍ଥିତ ଥିବା ହେତୁ କ୍ଷୋଭ ପ୍ରକାଶ କରିବା ସହ ପୁରୁଣା କମିଟି କୁ ଭାଙ୍ଗି ଦେବାସହ ନୂତନ କମିଟି ଗଠନ ପାଇଁ ଉପସ୍ଥିତ ଥିବା ସମସ୍ତ ଗାଁସାଥୀ ମତାମତ ଦେଇଥିଲେ। ଫଳରେ ପୁରୁଣା କମିଟି କୁ ଭାଙ୍ଗି ଦିଆଯାଇ ନୂତନ କମିଟି ଗଠନ କରାଗଲା। ଯେହେତୁ ୨/୩ମାସ ପୂର୍ବରୁ କମିଟି ର ନବୀକରଣ ପାଇଁ ପ୍ରସ୍ଥାବ ଆଗତ ହୋଇଥିଲା। ନୂତନ କମିଟି ର ଜିଲ୍ଲା ସଭାପତି ଭାବେ ଶ୍ରୀ ମହାଦେବ ମାଝୀ, ଉପସଭାପତି ଭାବେ ଶ୍ରୀ କାର୍ତ୍ତିକ ଜାନି, ଶ୍ରୀ ଗୌତମ କଚିମ, ସମ୍ପାଦକ ଭାବରେଶ୍ରୀ କୈଳାଶ ଭତ୍ରା, ସହ ସମ୍ପାଦକ ଭାବରେ ଶ୍ରୀ ଗିରି ଗୋପାଳ ଅମାନାତ୍ୟ, କୋଷାଧ୍ୟକ୍ଷ ଭାବେ ଶ୍ରୀ ନୀଳାମ୍ବର ଦିସାରୀ, ସଂଯୋଜକ ଭାବେ ଶ୍ରୀ ଲଛମନ ମାଝୀ, ମହିଳା ସଭାନେତ୍ରୀ ଭାବେଶ୍ରୀମତୀ ବିମଳା ଭତ୍ରା ଓ ଉପ ଦେଷ୍ଟା ଭାବରେ ୧୦ ଗୋଟି ବ୍ଲକରୁ ଉପସ୍ଥିତ ଥିବା ୭ଗୋଟି ବ୍ଲକ ରୁ ୭ ଜଣ ଙ୍କୁ ମନୋନୀତ କରାଗଲା। ନୂତନ ଭାବେ ମନୋନୀତ ସଦସ୍ୟ ଗଣ ଭବିଷ୍ୟତ ରେ ସଂଘ ର ଅଗ୍ରଗତି ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୩ ରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର 

masiha

ରାୟଗଡ଼ ଜିଲ୍ଲା ପ୍ରଶାସନ–ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ମଧ୍ୟରେ ଏମଓୟୁ ସ୍ୱାକ୍ଷର : ‘ଆମ ରାସ୍ତା’ ଯୋଜନାରେ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦.୨୯ କୋଟି ସିଏସଆର ସହାୟତା

Sunil Chandra Nayak

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!