ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

 ତାଳୁକୁ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ 10 ଟି ମଟରସାଇକେଲ ଜନିତ ଦୁର୍ଘଟଣା, 7ଟି ଦେୱାନୀ ମକଦ୍ଦମା ଏବଂ 41 ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇ ସମୁଦାୟ 1 କୋଟି 5 ଲକ୍ଷ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା. ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଓ 4 ଜଣ ବ୍ୟାଙ୍କ ଋଣ ଖିଲାପି ଙ୍କ ବନ୍ଦୋବସ୍ତ ଦ୍ୱାରା ସମାଧାନ କରାଯାଇ 35 ହଜାର ଟଙ୍କା ଆଦାୟ କରାଯାଇଥିଲା ଏବଂ ରାଜସ୍ୱ ବିଭାଗ ରେ ସମୁଦାୟ 1850 ଟି କେଶ ର ସମାଧାନ କରାଯାଇ 3600/- ଟଙ୍କାର ଖଜଣା ଆଦାୟ କରାଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ମାଜିଷ୍ଟ୍ରେଟ ଇପ୍ସି ମହାନ୍ତି ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ , ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀ ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିଥ ଥିଲେ. ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭାରତ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ , କେନ୍ଦ୍ରୀୟ ସଂଚାର କାର୍ଯ୍ଯ୍ୟଳଯ୍ୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ରାୟଗଡ଼ ରେ ପହଞ୍ଚିଲା ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସ

masiha

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!