ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

 ତାଳୁକୁ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ 10 ଟି ମଟରସାଇକେଲ ଜନିତ ଦୁର୍ଘଟଣା, 7ଟି ଦେୱାନୀ ମକଦ୍ଦମା ଏବଂ 41 ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇ ସମୁଦାୟ 1 କୋଟି 5 ଲକ୍ଷ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା. ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଓ 4 ଜଣ ବ୍ୟାଙ୍କ ଋଣ ଖିଲାପି ଙ୍କ ବନ୍ଦୋବସ୍ତ ଦ୍ୱାରା ସମାଧାନ କରାଯାଇ 35 ହଜାର ଟଙ୍କା ଆଦାୟ କରାଯାଇଥିଲା ଏବଂ ରାଜସ୍ୱ ବିଭାଗ ରେ ସମୁଦାୟ 1850 ଟି କେଶ ର ସମାଧାନ କରାଯାଇ 3600/- ଟଙ୍କାର ଖଜଣା ଆଦାୟ କରାଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ମାଜିଷ୍ଟ୍ରେଟ ଇପ୍ସି ମହାନ୍ତି ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ , ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀ ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିଥ ଥିଲେ. ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ପୁରୀ ହରିହର ଛକରେ ରାଉରକେଲା ର ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଅନ୍ନ ଓ ପାନୀୟ ଜଳ ବଣ୍ଟନ

Sunil Chandra Nayak

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ  — ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ

masiha

ନର୍ଲା ଯାଦବ ସମିତିର ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!