ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

ବସ୍ତା,14/09 : ବସ୍ତା ଥାନା ଦରଡ଼ା ବଜାରର ୪ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଶନିବାର ସକାଳ ସମୟରେ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦରଡା ବଜାରର ୪ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇଜଣ ଚୋରକୁ କାବୁ କରି ପୋଲିସକୁ ଖବର ଦେଇଥିଲେ।ପୋଲିସ ଆଜି ସକାଳେ‌ ଆସି ଚୋର ମାନଙ୍କୁ ନିଜ ହେପାଜତକୁ ନେଉଥିବା ବେଳେ ଜୈନିକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରୁଥିବା ସମୟରେ ପୁଲିସ ଭ୍ୟାନରେ ଥାଇ ଚୋର ଦ୍ବୟ ଜେଲରୁ ମୁକୁଳିଲେ ସାମ୍ବାଦିକ ଜଣକୁ ହତ୍ୟା କରିବ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ପରେ ଏନେଇ ବସ୍ତା ପ୍ରେସ କ୍ଳବର ସଭାପତି ବିଜୟ କୁମାର ଭୂୟାଁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲୁକା କଳା ରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

masiha

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!