ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଥାନୀ ବାଳାଶ୍ରମକୁ ଡ଼ିସିପିଓଙ୍କ ଅଚାନକ ଗସ୍ତ

ମଥାନୀ ବାଳାଶ୍ରମକୁ ଡ଼ିସିପିଓଙ୍କ ଅଚାନକ ଗସ୍ତ

ବସ୍ତା,24/08 :ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ଅନ୍ତର୍ଗତ ମାଗୁଣି ଚରଣ ବାଳାଶ୍ରମକୁ ଶନିବାର ଅପରାହ୍ନ ୫ଟା ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଓ ତହସିଲଦାର ଅଚାନକ ଗସ୍ତରେ ଆସି ପିଲାମାନଙ୍କର ସ୍ଥିତାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।ସୂଚନା ଥାଉକି ସାରା ରାଜ୍ୟରେ ଆବାସିକ ବିଦ୍ୟାଳୟ ସ୍କୁଲ ଛାତ୍ରାବାସ ମାନଙ୍କରେ ପିଲାମାନଙ୍କର ରହିବା ଖାଇବା ଏବଂ ପରିମଳ ଉପରେ ସରକାର କଡ଼ା ଆଭିମୁଖ୍ଯ ଗ୍ରହଣ କରୁଥିବା ବେଳେ ବାଲେଶ୍ବର ଜିଲାରେ ଥିବା ୯ଟି ଅବାସିକ ବିଦ୍ୟାଳୟର ସ୍ଥିତି ପରଖିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ। ତେବେ ଶ୍ରୀମତି ବାରିକ ପ୍ରତିମାସ ରୁଟିନ ଚେକଅପରେ ଆସୁଥିଲେ ମଧ୍ୟ ଆଜି ସ୍ଥାନୀୟ ତହସିଲଦାର ରାଧାରଞ୍ଜନ ଦାସଙ୍କୁ ନେଇ ଉକ୍ତ ଆବାସିକ ବିଦ୍ୟାଳୟରେ ପହଞ୍ଚି ପିଲାମାନଙ୍କର ଉପସ୍ଥାନ,ଖାଦ୍ୟପେୟ, ବାସସ୍ଥାନ,ପରିମଳ, ପୋଷାକ ତଥା ଶାସନ ବ୍ୟବସ୍ଥା ସମ୍ପର୍କରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଏବଂ ପିଲାମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇଥିବା ତାଙ୍କ ପ୍ରତିକ୍ରିୟାରେ କହିଥିଲେ।ତେବେ ଆବାସିକ ବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ଦରମା ପାଇନଥିବା ଅଭିଯୋଗ ଉଠିବା ପରେ ଖୁବ ଶୀଘ୍ର ପ୍ରାପ୍ତି ହେବା ନେଇ ଶ୍ରୀମତି ବାରିକ କହିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

masiha

सामाजिक कार्यकर्ता बासुदेव पात्र

masiha

Leave a Comment

error: Content is protected !!