ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ 

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ 

ରାଇରଙ୍ଗପୁର – ତା ୨୦/୦୯ ;  ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ”, ବାରିପଦା ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ୯ ଦିନିଆ ନାଟ୍ୟ ମହୋତ୍ସବ ଚଳିତ ମାସ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି I ଉଦଘାଟନୀ ସନ୍ଧ୍ୟାରେ ୭୫ ବାସ୍ତବ ଗ୍ରୁପ, ବାରିପଦାର ନାଟକ “ପରେ କହିବି”, ୨୩ ତାରିଖ ୧ମ ନାଟକ ନାରୀ ଅଦ୍ଵିତୀୟା”, ଭୁବନେଶ୍ୱରର “ନିଃସହାୟ” ଓ ୨ୟ ନାଟକ ତାପରେ ଆମେ, ବାରିପଦାର “ସୁରେନ୍ଦ୍ର ସାଏଙ୍କ ନିଶ”, ୨୪ ତାରିଖ ଭଞ୍ଜଭୂମି ସାଂସ୍କୃତିକ ପରିଷଦ, ବାରିପଦାର “କାଞ୍ଚି ଅଭିଯାନ” ଓ ଆମେ କ୍ରାନ୍ତି, ଉଦଳାର “ରାଜା”, ୨୫ ତାରିଖ ଅଭିରାମ ଅଭିନୟ ଅନୁଷ୍ଠାନ, ବାରିପଦାର “ପ୍ରଭୁଙ୍କ ଅପେକ୍ଷାରେ” ଓ ସାଧନା ମେମୋରିଆଲ ଟ୍ରଷ୍ଟ, କଟକର “ଅଭିନେତ୍ରୀ”, ୨୬ ତାରିଖ ସ୍ପେଶ ଏକାଡେମୀ, ଭୁବନେଶ୍ୱରର “ଚେୟାର୍ସ” ଓ ଦମଦମ ଏମ୍ବୋଡ଼ି, କୋଲକାତାର “ଏକ୍ସପ୍ଲୋରେସନ”, ୨୭ ତାରିଖ କ ଖ ଗ, ସମ୍ବଲପୁରର “ଅନନ୍ୟ”, ଓ ସର୍ଭୁଜ, ମିଦନାପୁରର “ଓରେ ବିହଙ୍ଗୋ”, ୨୮ ତାରିଖ ନିପା ରଙ୍ଗ ମଣ୍ଡଳୀ, ଲକ୍ଷ୍ନୌର “ସିକସ୍ତା”, ୨୯ ରେ ନାଟ୍ୟମ, ଅନୁଗୁଳର ନାଟକ “ଚିତ୍ରଲିପି” ଓ ମିରର ଥିଏଟର ଗ୍ରୁପ, ବେଲପାହାଡର “ଉଲଫି” ଏବଂ ଉଦଯାପନୀ ସନ୍ଧ୍ୟାରେ ଅଜିତ, ଭୁବନେଶ୍ୱରର ନାଟକ “ସମକାଳ” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଆୟୋଜନ କମିଟିର ସଭାପତି ଡା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ଉପ ସଭାପତି ଡ. ବିଜୟ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଓ ଆବାହକ ଚିନ୍ମୟ ଦାସ ପଟ୍ଟନାୟକ ଓ ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ମହୋତ୍ସବର ସଫଳତା ଉପରେ ନିଜନିଜର ସୁଚିନ୍ତିତ ମତ ଦେଇଥିଲେ I ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କଳାକାର, ନିର୍ଦ୍ଦେଶକ, ନାଟ୍ୟକାରଙ୍କୁ ମୟୁରଭଞ୍ଜ ମହା ସମ୍ମାନ, ସ୍ମୃତି ସମ୍ମାନ, ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ I ଏବର୍ଷ ମଧ୍ୟ ଏକ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପଟ୍ଟନାୟକ ଜଣାଇଛନ୍ତି I

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ଼୍ବାଳ

Related posts

ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ

Sunil Chandra Nayak

ଚାଷୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ି ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ରାଇରଙ୍ଗପୁର ରେ ଆକାଶବାଣୀ କାର୍ଯ୍ୟକ୍ଷମ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡୁ

masiha

Leave a Comment

error: Content is protected !!