ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

 ମୟୂରଭଞ୍ଜ-୨୮/୧୦ ( ମସିହା) ଆଜି ଅଶ୍ଵିନୀ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ଏହି ପବିତ୍ର ଦିବସରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ପଲ୍ଲିରୁ ସହର ପର୍ଯ୍ୟନ୍ତ ସଵୁଠି କରାଯାଇଥାଏ । ଏହାକୁ ନେଇ ସମଗ୍ର ପଲ୍ଲୀଶ୍ରୀ ସହର ଚଳ ଚଞ୍ଚଳ । ସୁଖ, ସମୃଦ୍ଧି, ଐଶ୍ଵର୍ଯ୍ୟ ର ଭଣ୍ଡାର ନେଇ ମା’ ଗଜଲକ୍ଷ୍ମୀ ବିରାଜିଛନ୍ତି ।ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗରରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ୧୯୯୫ ମସିହାଠାରୁ ଆଜିଯାଏଁ ନିରବର୍ଛିନ୍ନ ଭାବରେ ପୂଜାର୍ଚ୍ଚନା କରାଯାଉଛି । ଆଜି ସକାଳେ ଲକ୍ଷ୍ମୀପୂଜା ଭକ୍ତମାନେ କଳଶ ଧରି ଦୁଵୁଲାବେଡା ପୁଷ୍କରିଣୀ ଯାଇଥିଲେ ।ସେଠାରେ ଶୌଚ ପରେ ମୁଖ୍ୟ ପୂଜକ ଶିକ୍ଷାବିତ୍ ନିକୁଞ୍ଜ କୁମାର ମିଶ୍ର ପୂଜାପାଠ କରିଥିଲେ । ସେଠାରେ ବରୁଣ ପୂଜା,ଗଣପତିପୂଜା ଘଟ ଆନୟନ କରାଯାଇଥିଲା । ଭକ୍ତମାନେ ମୁଣ୍ଡରେ କଳଶ ଧରି ପୂଜା ମଣ୍ଡପକୁ ଆସିଥିଲେ ।ଶ୍ରଦ୍ଧାଳୁମାନେ ଘଣ୍ଟ, ହୁଳହୁଳି,ଶଙ୍ଖ ,ବାଜା,ଢୋଲ,ବଜାଇ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ପୂଜକ ମା’ ଙ୍କ ମହାସ୍ନାନ ପରେ ପ୍ରାଣ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।ପୂଜା ପ୍ରାରମ୍ଭରେ ଅଷ୍ଟଦଶ ମାତୃଗଣ ପୂଜା କରାଯାଇଥିଲା ଓ ପରେ ସୂର୍ଯ୍ୟ ପୂଜା,ଗଣପତି ପୂଜା,ଵର୍ଦ୍ଧନୀ କଳଶ ପୂଜା,ଅଣିମ୍ନେ ଅଷ୍ଟସିଦ୍ଧି ପୂଜା,,କୁବେର ପୂଜା, ସହିତ ନବଗ୍ରହ ଦଶଦିଗପାଳ ଏବଂ ସାବିତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ ।କର୍ତା ଭାବେ ବିଷ୍ନୁପ୍ରସାଦ ଜେନା ପୂଜା ସଂପାଦନା କରିଥିଲେ । ପୂଜାକର୍ମ ପରେ ହୋମ କାର୍ଯ୍ୟ ସଂପାଦନ କରାଯାଇଥିଲା ।ପରେ ବହୁ ଦୂରଦୂରାନ୍ତରୁ ଆସିଥିବା ବ୍ରତ ଧାରୀ,ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ନଡ଼ିଆ,କଦଳୀ,ଭୋଗ, ନୈବେଦ୍ୟ ଭୋଗଲାଗି କରାଯାଇଥିଲା ।ଶେଷରେ ଅନ୍ନଭୋଗ ମା’ ଙ୍କ ନିକଟରେ ଲଗାଯାଇ ପୂଜା ସଂପାଦନା କରାଯାଇଥିଲା ।ପରେ ଆରତୀ ଏବଂ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପୂଜା କାର୍ଯ୍ୟ ଶେଷ କରାଯାଇଥିଲା । ଅପରାହ୍ନ ୪ ଟା ପରେ ଚନ୍ଦ୍ରଗ୍ରହଣ ଲାଗି ଯୋଗୁଁ ଶ୍ରଦ୍ଧାଳୁମାନେ ଶୀଘ୍ର ଆସି ପୂଜାର୍ଚ୍ଚନା କରିଥିଲେ ।ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ସୁସଜ୍ଜିତ ମଣ୍ଡପ,ମନୋଲୋଭା ମା’ ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସମଗ୍ର ଅଂଚଳରେ ଏକ ଭକ୍ତିମୟ ପରିବେଶ ହୋଇଉଠିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ 

Related posts

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ର ଶୁଭାରମ୍ଭ, ମାସେ ବ୍ୟାପୀ ଚାଲିବ 

Sunil Chandra Nayak

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର 

masiha

Leave a Comment

error: Content is protected !!