ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡକୁଲରେନୃତନ ଭୋଟ ବୁଥ୍ ଉଦ୍ଘାଟନ କଲେ ବିଏଲଓ 

ପଣ୍ଡକୁଲରେନୃତନ ଭୋଟ ବୁଥ୍ ଉଦ୍ଘାଟନ କଲେ ବିଏଲଓ 

ଗୋଲାମୁଣ୍ଡା/୨୭/୧୦୨୩/ନିର୍ଭୟ ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚିଚିଆ ପଂଚାୟତ ଅଧିନରେ ଥିବା ପଣ୍ଡକୁଲ ଗ୍ରାମରେ ଆଜି ନୃତନ ବୁଥ୍ କେନ୍ଦ୍ର ଉପସ୍ଥାପିତ ହୋଇ ଯାଇଛି, ସୂଚନାରୁ ଏହି ଯେ , ସାଧାରଣ ନିର୍ବାଚନ ବେଳେ ପଣ୍ଡକୁଲ ଭୋଟରଙ୍କୁ ଦୁଇ କିଲୋ ମିଟର ଦୂରତା ଲାଖୁର୍ ଭଟ୍ଟାକୁ ଯିବାକୁ ପଡୁ ଥିଲା, ସେହି ନିର୍ବାଚନ ବେଳେ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଜାଇ ନ ପାରିବାରୁ ପଣ୍ଡକୁଳ ଭୋଟର ସଂଖ୍ୟା ପ୍ରାୟ କମି ଯାଏ, ତେଣୁ ଗ୍ରାମରେ ବୁଥ କେନ୍ଦ୍ର ସ୍ଥାପିତ କରିବା ପାଇଁ ଗ୍ରାବାସୀମାନେ ନିର୍ବାଚନ ଅଧକାରୀ ଗୋଲାମୁଣ୍ଡା ବ୍ଲକ ବିଡିଓ ଓ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଭାବେ ଜଣାଇ ଥିବାରୁ, ବିଧାନ ସଭା ନିର୍ବାଚନ ମଣ୍ଡଳୀ ନଂ 78, ଜୁନାଗଡ ଓ ଲୋକସଭା ନିର୍ବାଚନ ମଣ୍ଡଳୀ 11କଳାହାଣ୍ଡି ଏବଂ ସଂଶୋଧନ ବର୍ଷ 2024/ଅନୁସାରେ ବୁଥ ନଂ 91ତା 27/10/23ଭାବେ ପ୍ରକାଶିତ ହେବା ରୁ ଚିଚିଆ ଓ ଖମାର ହଲଦି ଗ୍ରାମ ପଞ୍ଚାୟତର ବିଏଲଓ, ସୁପର ଭାଇଯର ଶିବରାମ ସୁନାନୀ ଆଜି ଶୁକ୍ରବାର ଦିନ ଦଶଘଣ୍ଟିକା ସମୟରେ ପଣ୍ଡକୁଲ୍ ପୂର୍ବତନ ୱାର୍ଡ଼ମେବର୍ ମଇନା ବତି ସେନାପତି, ରୁବ୍ ଧର ମେହେର, ପୂର୍ଣ୍ଣ ସେନାପତି, ସରୋଜ ପଧାନ, ବିନୋଦ ସେନାପତି, ପ୍ରମୁଖଙ୍କ ଉପସ୍ଥିତ ରହି ପ୍ରକାଶନ ତଥା ଭୋଟର ତାଲିକା ପ୍ରଦାନ କରିଥିଲା ବେଳେ ସହ ଶିକ୍ଷକ ଭାବରେ ଶ୍ୟାସୁନ୍ଦର ମେହେର ମଧ୍ୟ ଉପସ୍ଥିତ ଥିଲେ।

ଗୋଲାମୁଣ୍ଡା ବ୍ଲକ ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଳ ମସିହା

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନ ର ଖେଳ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!