ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକାନନ୍ଦ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନ : ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ରେ ଏବିଭିପି ଶାଖା ଉଦଘାଟିତ 

ବିବେକାନନ୍ଦ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନ :

ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ରେ ଏବିଭିପି ଶାଖା ଉଦଘାଟିତ 

ବାଲେଶ୍ବର,୧୩/୦୧/୨୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୋଗରାଇ ନଗର ପକ୍ଷରୁ ଭୋଗରାଇର କେନ୍ଦ୍ରସ୍ଥଳ ଥାନାଛକ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଭୋଗରାଇ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଏବିଭିପି ଶାଖା ମଧ୍ୟ ନିର୍ମାଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲା ସହ-ସଂଯୋଜିକା ନମିତା ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କମଳାକାନ୍ତ ଜେନା ଯୋଗଦେଇ ଯୁବ ସମାଜ ଗଢ଼ି ତୋଳିବାରେ ସ୍ୱାମୀଜିଙ୍କ ଅତୁଳନୀୟ ଭୂମିକା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭୋଗରାଇ ବିଜେପି ନେତା ଆଶିଷ କୁମାର ପାତ୍ର ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏବଂ ସମ୍ମାନିତ ଅତିଥି ସମାଜସେବୀ ଆଶିଷ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାହାସିକତା ଏବଂ ଦୃଢ଼ ମନବଳ ରଖି ରାଷ୍ଟ୍ର କାର୍ଯ୍ୟରେ ନିଜକୁ ନିୟଜିତ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୋଗରାଇ ନଗର ସଭାପତି ପ୍ରଦୀପ କୁମାର ମଣ୍ଡଳ ଏବଂ ନଗର ସମ୍ପାଦକ ପାର୍ଥବିଜୟୀ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ଦିଲ୍ଲୀପ କୁମାର ଦାସ, ତୁଷାର ରଞ୍ଜନ ଦାସ, ମନୋଜ କୁମାର ଦାସ ମଧ୍ୟ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅତିଥି ମାନଙ୍କ ଦ୍ୱାରା ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର ଆଇ ଏଚ ଏସ )ର ଏବିଭିପି ଶାଖା ଉଦଘାଟନ ହୋଇଥିଲା, ସଭାପତି ଭାବରେ ଆଲୋକ ଜ୍ୟୋତି ଦାସ ଏବଂ ସମ୍ପାଦକ ଭାବରେ ପ୍ରଦ୍ୟୁମ୍ନ ସେନାପତିଙ୍କୁ ବିବେଚିତ କରାଯାଇଥିଲା । ଏବଂ ଅନ୍ୟାନ୍ୟ ପଦ ପଦବୀ କଲେଜର ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ରହିଥିଲେ । ସମସ୍ତଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଗଛ ଦେଇ ଅତିଥି ମାନେ ଶୁଭେଚ୍ଛା ଜଣାଇ ଥିଲେ । ପରିଶେଷରେ ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଭୋଗରାଇ ନଗର କମିଟି ଏବଂ ନୂତନ ଆର ଆଇ ଏଚ ଏସ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୋଗରାଇ ଏବିଭିପିର କାର୍ଯ୍ୟ କର୍ତ୍ତା ଦିପାଲି ପରିଡ଼ା, ଅର୍ଚ୍ଚନା କାମିଳା, ସଙ୍ଗୀତା ରଥ, ଋତୁପର୍ଣ୍ଣା ବେହେରା, ଓମ ପ୍ରକାଶ ସାମଲ, ଅନିମା ମଣ୍ଡଳ, ନମିତା ଜେନା, ସନ୍ତୋଷ ଲାହା, ଅସିତ ଦାସ, ସୌରଭ ଦଣ୍ଡପାଟ, ଜଗନ୍ନାଥ ପାତ୍ର, ସମୀର ଦାସ, ନିମାୟ ପ୍ରଧାନ, କେଦାର ନାଥ ଜେନା, ଗାୟତ୍ରୀ ସାହୁ, ବ୍ରହ୍ମ ଜ୍ୟୋତି କାମିଳା, ଶୁଭମ ବ୍ରହ୍ମ, ରାକେଶ ଓଝା, କୌଶିକ ପ୍ରଧାନ, ମନୋରମା ପାତ୍ର, ଦୀପିକା ସାହୁ, ରୀତିକା ଘଡ଼ାଇ, ଜ୍ୟୋତିପ୍ରଭା ବେହେରା, ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ସୁବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଶା ମିଲେଟ ମିଶନର ଦୁଇ ଦିବସୀୟ କର୍ମଶାଳା

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

masiha

Leave a Comment

error: Content is protected !!