ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

 ମୟୂରଭଂଜ -୧୭/୦୯ — ଡ୍ରଗ୍ସ ମାଫିଆଙ୍କ ସ୍କାନରରେ ଓଡ଼ିଶା ।ମୁର୍ଶିଦାବାଦ ରୁ ଚେର ଲମ୍ବିଛି ଓଡ଼ିଶାକୁ ।ଓଡ଼ିଶାର ଜଳେଶ୍ବର କୁ ହଵ୍ କରି ନେଇଛନ୍ତି ସେମାନେ ।ଏହି କାରବାରରେ ମୁଖ୍ୟ ଆୟୂଧ ସାଜିଛନ୍ତି ମହିଳାମାନେ ।ରାଇରଙ୍ଗପୁର ସହରରେ ମଧ୍ୟ ଡ୍ରଗସ ରେ ଯୁବପିଢି ଆକ୍ରାନ୍ତ ହେବା ନେଇ ଅଭିଭାବକ ମହଲରେ ଚିନ୍ତା ବଢି ଯାଇଛି ।ମୋହନ ସରକାର ଏବେ ଡ୍ରଗ୍ସ ମାଫିଆଙ୍କ ଉପରେ କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଏହାକୁ ନେଇ ଅବକାରୀ ବିଭାଗ କଠୋର ହୋଇଛି।

 ମୟୂରଭଂଜ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବହଳଦା ଥାନା ଅନ୍ତର୍ଗତ କୁଲଗି ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ରାସ୍ତାରେ ଦୃତ ଗତିରେ ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ କଳା ରଙ୍ଗର ସ୍ପ୍ଲେଣ୍ଡର ବାଇକ୍ ( ଓଡି ୧୨ ଏଡି ୯୦୦୪)କୁ ଅଟକାଇଥିଲେ ।ଜଣଙ୍କ ପକେଟରୁ ଏକ ଜରି ମଧ୍ୟରେ ଥିବା ୧୩ ଗ୍ରାମର Brown sugar ପାଇଥିଲେ ।ସଙ୍ଗେ ସଙ୍ଗେ ସେମାନଙ୍କୁ ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇ ତଦନ୍ତ କରାଯାଇଥିଲା ।ଵାଇକଟିକୁ ଜବତ କରାଯିବା ସହ ସେମାନଙ୍କ ନାମରେ ଏକ କେଶ ମାମଲା ରୁଜୁ କରାଯାଇ ସେମାନଙ୍କର ଗୋଟିଏ ବାଇକ୍ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ରାଇରଙ୍ଗପୁର ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମର ଲାଲ ମୋହନ ହେମ୍ବ୍ରମ ଏବଂ ପୁରୁଣାପାଣି ଗ୍ରାମର ସିଧୁ ବାରିକ । ଜବତ Brown Sugar ର ମୂଲ୍ୟ ୨ ଲକ୍ଷ 30 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ କନେଷ୍ଟବଳ ବୁଦ୍ଧଦେବ ମହାନ୍ତ, ଅରୁଣ କୁମାର ମୁଦୁଲି , ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ । ଏନେଇ ବହଳଦା ଅବକାରୀ ଥାନା ପକ୍ଷରୁ ଥାନା ପକ୍ଷରୁ ୦୧ଗୋଟି ମାମଲା ରୁଜ୍ଜୁ କରାଯାଇଛି l

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

masiha

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!