ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର

ରାୟଗଡ଼ା -ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ଚନ୍ଦ୍ରପୁର ତହସିଲଦାର କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡିରେ ରାୟଗଡା ରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ବ ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ । ପୂର୍ବରୁ କୌଣସି ସୂତ୍ରରେ ଖବର ପାଇ ରାୟଗଡା ଭିଜିଲାନ୍ସ ଟିମ୍ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଡାଙ୍ଗସୋରଡା ନିକଟରେ ଅପେକ୍ଷା କରିଥିଲେ । ଭିଜିଲାନ୍ସ ଟିମ ତହସିଲଦାରଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିବା‌ ବେଳେ ଭିଜିଲାନ୍ସ ଟିମ ଉପରକୁ ଗାଡି ଚଢ଼ାଇଦେବାକୁ ଉଦ୍ୟମ କରିଥିବା ବେଳେ କୌଣସି ମତେ ବର୍ତ୍ତି ଯାଇଥବା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରକାଶ କରିଛନ୍ତି । ଭିଜିଲାନ୍ସ ଟିମ ଚନ୍ଦ୍ରପୁର ତହସିଲଦାରଙ୍କ ଗାଡିକୁ ଗୋଡାଇବା ସମୟରେ ତହସିଲଦାର ୧ ଲକ୍ଷ ୧୫ ହଜାର ଟଙ୍କାକୁ ଡାଙ୍ଗ‌ସୋରଡା ନିକ‌ଟରେ ରାସ୍ତାରେ ଫୋପାଡି ଦେଇ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ରାଜସ୍ବ ବୈଠକରେ ଯୋଗ ‌ଦେଇଥିଲେ । ଭିଜିଲାନ୍ସ ଟିମ ଫୋପାଡି ଥିବା ଟଙ୍କାକୁ ଜବତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ବୈଠକ ଚାଲୁଥିବାରୁ ଭିଜିଲାନ୍ସ ବିଭାଗ ତହସିଲଦାରଙ୍କୁ ଧରିବା ପାଇଁ ବାହାରେ ଅପେକ୍ଷା କରିଥିଲା । ଏହି ସଂପର୍କରେ କୌଣସି ମତେ ଖବର ପାଇ ତହସିଲଦାର ବୈଠକ ସରିଲା ପରେ ବାହାରକୁ ଆସିନଥିଲେ । ବାହାରକୁ ନ ଆସିବା ଦେଖି ଭିଜିଲାନ୍ସ ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି , ଭିଜିଲାନ୍ସ ଭୟରେ ଲୁଚିଥିବା ତହସିଲଦାରଙ୍କୁ ଶୌଚାଳୟ ମଧ୍ୟରୁ ଧରିଥିଲା ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣିଥିଲେ । ତଦନ୍ତ ପରେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣାରେ ଅଧିକା ତଦନ୍ତ ଚାଲୁଥିବା ଭିଜିଲାନ୍ସ ବିଭାଗ ପ୍ରକାଶ କରିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

masiha

କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

Leave a Comment

error: Content is protected !!