ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

ମାର୍କେଟିଂ କରିବାକୁ ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ରାୟପୁରର ଏକ ରେଳ ଧାରଣାରେ ମିଳିଛି । ସେପଟେ ତଦନ୍ତ ଓ ମୃତଦେହ ଉଦ୍ଧାର ଦାବି କରି ରାସ୍ତାରୋକ କରାଯାଇଛି । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଲପଡାର ପ୍ରଶାନ୍ତ ନିଆଲ ଗତ ୮ ତାରିଖରୁ ସାଙ୍ଗମାନଙ୍କ ସହ ରାୟପୁରକୁ ଯାଇଥିଲେ । ସେଠାରୁ ମାର୍କେଟିଂ ସାରି ଟ୍ରେନ୍ ଯୋଗେ କଣ୍ଟାବାଞ୍ଜି ଆସୁଥିଲେ । ବାଟରେ ପ୍ରଶାନ୍ତ ନିଖୋଜ ହୋଇଥିବା ତାଙ୍କ ସାଙ୍ଗ ମାନେ ଘରକୁ ଜଣାଇଥିଲେ । ଏସମ୍ପର୍କରେ ପରିବାର ଲୋକେ ବେଲପଡା ଥାନାରେ ଅଭିଯୋଗ ଦେବା ପରେ ମୃତକ ପ୍ରଶାନ୍ତଙ୍କ ୩ ଜଣ ସାଙ୍ଗକୁ ବେଲପଡା ପୁଲିସ ଥାନାକୁ ଆଣି ଅଟକ ରଖି ଛାଡି ଦେଇଥିଲା । ପରେ ରାୟପୁର ସ୍ଥିତ ଆରଙ୍ଗ ଥାନା ନିକଟ ଟ୍ରେନ୍ ଲାଇନରେ ପ୍ରଶାନ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଶୁକ୍ରବାର ସକାଳ ପ୍ରାୟ ୭ ଟା ବେଳେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଥାନାକୁ ଆସି ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବେଲପଡାରେ ଥାନା ସମ୍ମୁଖରେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଦୋଷୀଙ୍କୁ ଗିରଫ ଦାବି ସହ ଶବକୁ ଘରକୁ ଆଣିବା ପାଇଁ ଅଡ଼ି ବସିଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

masiha

ନକଲି ସୁନାଶଙ୍ଖ କାରବାର ଜଣେ ଗିରଫ

masiha

ଟ୍ରାକ୍ଟର ରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

masiha

Leave a Comment

error: Content is protected !!