ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

ମାର୍କେଟିଂ କରିବାକୁ ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ରାୟପୁରର ଏକ ରେଳ ଧାରଣାରେ ମିଳିଛି । ସେପଟେ ତଦନ୍ତ ଓ ମୃତଦେହ ଉଦ୍ଧାର ଦାବି କରି ରାସ୍ତାରୋକ କରାଯାଇଛି । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଲପଡାର ପ୍ରଶାନ୍ତ ନିଆଲ ଗତ ୮ ତାରିଖରୁ ସାଙ୍ଗମାନଙ୍କ ସହ ରାୟପୁରକୁ ଯାଇଥିଲେ । ସେଠାରୁ ମାର୍କେଟିଂ ସାରି ଟ୍ରେନ୍ ଯୋଗେ କଣ୍ଟାବାଞ୍ଜି ଆସୁଥିଲେ । ବାଟରେ ପ୍ରଶାନ୍ତ ନିଖୋଜ ହୋଇଥିବା ତାଙ୍କ ସାଙ୍ଗ ମାନେ ଘରକୁ ଜଣାଇଥିଲେ । ଏସମ୍ପର୍କରେ ପରିବାର ଲୋକେ ବେଲପଡା ଥାନାରେ ଅଭିଯୋଗ ଦେବା ପରେ ମୃତକ ପ୍ରଶାନ୍ତଙ୍କ ୩ ଜଣ ସାଙ୍ଗକୁ ବେଲପଡା ପୁଲିସ ଥାନାକୁ ଆଣି ଅଟକ ରଖି ଛାଡି ଦେଇଥିଲା । ପରେ ରାୟପୁର ସ୍ଥିତ ଆରଙ୍ଗ ଥାନା ନିକଟ ଟ୍ରେନ୍ ଲାଇନରେ ପ୍ରଶାନ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଶୁକ୍ରବାର ସକାଳ ପ୍ରାୟ ୭ ଟା ବେଳେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଥାନାକୁ ଆସି ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବେଲପଡାରେ ଥାନା ସମ୍ମୁଖରେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଦୋଷୀଙ୍କୁ ଗିରଫ ଦାବି ସହ ଶବକୁ ଘରକୁ ଆଣିବା ପାଇଁ ଅଡ଼ି ବସିଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଥାନା ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଦୁର୍ବୁତ୍ତ ଫେରାର

masiha

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଖବର ପ୍ରଶାରଣ ପରେ ମଧ୍ୟ ଛତିଶଗଡ଼ କୁ ଓଡ଼ିଶା ର ବାଲି ଚୋରା ଚାଲାଣ ବନ୍ଦ କରୁନି ରାଜସ୍ୱ ବିଭାଗ

masiha

Leave a Comment

error: Content is protected !!