ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୋରାପଦା ଅଞ୍ଚଳରୁ ପୁଣି ହାତୀ ର ମୃତ ଦେହ ଠାବ, ବିଦୂତ ଆଘାତ ରେ ମରିଥିବା ସନ୍ଦେହ

ହାତୀଟି ଏକ ମାଈ ହାତୀ ଓ ତାର ୧୫ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ମୃତ ହାତୀର ତଳେ ବିଦ୍ୟୁତ ତାର ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତ ଫଳରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟି ଗତ ୨ ଦିନ ହେଲା ମରିପଡିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀର ମୃତ ଦେହ ଜବତ କରି ତଦନ୍ତ ଜାରି ରହିଛି।

ଢେଙ୍କାନାଳ ବନ ଖଣ୍ଡର ସଦର ବନାଞ୍ଚଳରୁ ଏକ ହାତୀର ମୃତ ଦେହ ଠାବ ହୋଇଛି। ସଦର ରେଞ୍ଜ ଅନ୍ତର୍ଗତ ବୋରାପଦା ଖମାର ଏକ ଆମ୍ବ ତୋଟାରେ ଏହି ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ସଦର ରେଞ୍ଜ ବନ କର୍ମଚାରୀ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ଢେଙ୍କାନାଳ ନିଉଜ

Related posts

ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ ବାପା ଗୁରୁତ୍ତର 

masiha

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

Sunil Chandra Nayak

ଜଙ୍ଗଲ ଜମି ରେ ମକା ଚାଷକୁ ପ୍ରବଳ ବିରୋଧ କଲେ ଖାଣ୍ଡା ବନ ସୁରକ୍ଷା ସମିତି, ଟ୍ରାକ୍ଟର ଜବତ, ମାଲିକ ଓ ଡ୍ରାଉଭର ଫେରାର

masiha

Leave a Comment

error: Content is protected !!