ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

କର୍ଲାମୁଣ୍ଡା: ଓଡ଼ିଶାରେ ସଂପ୍ରତି ଛାତ୍ରୀ ନିର୍ଯାତନା ପ୍ରସଙ୍ଗ ଜୋର ଧରିଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ପୁଣି ଥରେ ଫେଭର ପ୍ରସଙ୍ଗରେ କଲେଜର ଡ଼ାଟା ଏଣ୍ଟ୍ରି ଅପରେଟର ଗିରଫ ହେଇଥିବା ଜଣାପଡ଼ିଛି l 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ରିଷିଡ଼ା ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡ଼ାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରୁଥିଲେ ସୌମ୍ୟରଞ୍ଜନ ତ୍ରିପାଠୀ । ଉକ୍ତ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ସହିତ ୨୦୨୩ ମସିହାରେ ନାମ ଲେଖାଇଥିବା ଏହି ଛାତ୍ରୀ ଜଣଙ୍କୁ ପରୀକ୍ଷାରେ ଫେଲ୍ କରାଇଥିବା ନେଇ ଅଭିଯୋଗ ହୋଇଛି l ଏଥି ପୂର୍ବରୁ ଉକ୍ତ ଛାତ୍ରୀ ଜଣଙ୍କ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ l ଏହାକୁ ନେଇ ଉପ ଜିଲ୍ଲାପାଳ କିଛି ଦିନ ତଳେ ଅଭିଯୁକ୍ତଙ୍କ ସମେତ କଲେଜ ଅଧ୍ୟକ୍ଷଙ୍କୁ ଡ଼ାକି ଘଟଣାର ତଦନ୍ତ କରିଥିଲେ । କିଛି ଦିନ ହେବ ସୌମ୍ୟ ରଞ୍ଜନଙ୍କୁ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦଳି କରିଥିଲେ l ତେବେ ପୁଣି ଥରେ ଏହି ଘଟଣାକୁ ନେଇ ପ୍ରଶାସନ ତତ୍ପରତା ଦେଖାଇବା ସହିତ ମଙ୍ଗଳବାର ମଧ୍ୟ ଉକ୍ତ ଛାତ୍ରୀଙ୍କ ଘରକୁ ଯାଇ ପୋଲିସ ମ.ରାମପୁର ତହସିଲଦାର ଓ ସିଡ଼ିପିଓଙ୍କ ଉପସ୍ଥିତିରେ ପଚରାଉଚୁରା କରିଥିଲେ l ବୁଧବାର ମ.ରାମପୁର ପୋଲିସ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ଅଭିଯୁକ୍ତଙ୍କୁ ମ.ରାମପୁର ଥାନାକୁ ଆଣିବା ପରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୋର୍ଟ ଚାଲାଣ କରିଛି l ତେବେ ମ.ରାମପୁର ଥାନା ଅଂଚଳରେ ବର୍ତ୍ତମାନ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି l

Related posts

ଜୁନାଗଡ଼ ସହରକୁ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ ଘଟଣା ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ

Sunil Chandra Nayak

ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍

masiha

ଜିଏସଟି ଟିମର ଯାଞ୍ଚ ବେଳେ ପିକ ଅପ ଗାଡି ଉପରେ ଚଢ଼ାଉ, ୭୦ ହଜାର ଟଙ୍କା ଜୋରିମାନା ଆଦାୟ

Leave a Comment

error: Content is protected !!