ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ମହାରାଜ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସାରା ବିଭିନ୍ନ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଦୀର୍ଘ ୮ ବର୍ଷ ଧରି ପରିବେଶ ସୁରକ୍ଷା ତଥା ସୁସ୍ଥ ପରିବେଶ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଏହି ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଭୁବନେଶ୍ୱର ର ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଂଘ ର ବରିଷ୍ଠ ଶିଷ୍ୟା ଅମିତା ମିଶ୍ର ଙ୍କ ତତ୍ତ୍ଵାବଧାନ ଏବଂ ପ୍ରଚେଷ୍ଟା ରେ ଏହି କାର୍ଯ୍ୟକ୍ରମ ଟିକୁ ଜନ୍ମେଜୟ ଦାଶ, ସୂର୍ଯ୍ୟକାନ୍ତ ବେହେରା ଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ବେହେରା ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏଠାରେ ଉଲ୍ଲଖଯୋଗ୍ୟ ଯେ, ମୃତ୍ତିକା ସଂରକ୍ଷଣ ,ବୃକ୍ଷ ସୁରକ୍ଷା ,ଜଳ ସୁରକ୍ଷା ଦିଗରେ ଅହରହ ଭାବରେ ଜଗଦାନନ୍ଦଜୀ ଙ୍କ ପ୍ରୟାସ କୁ ବ୍ୟାପକ କରିବାକୁ ନେଇ କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,କୋରାପୁଟ ଜିଲ୍ଲା ର ବିଭିନ୍ନ ଗାଁ ଠୁ ସହର ଯାଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ଗତ ପାଞ୍ଚ ଦିନଧରି ଏହି ସଚେତନତା ଧର୍ମୀ ବୃକ୍ଷ ରୋପଣ ଏବଂ ତାର ରକ୍ଷଣାବେକ୍ଷଣ କୁ ଅତ୍ୟନ୍ତ ଗୁରୁତ୍ୱର ସହ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ସଂଘ ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀଙ୍କ ଜନ୍ମୋତ୍ସବ ଜୁଲାଇ ୨୦ କୁ ନେଇ ସମସ୍ତ ଅନୁଗାମୀ ବୃକ୍ଷ ରୋପଣ କରିଥିଲେ । ଉକ୍ତ ତିନି ଜିଲ୍ଲାବାଦ୍ ଆମେରିକା , ଦିଲ୍ଲୀ,ବାଙ୍ଗାଲୋର, ପୁରୀ,କେଉଁଝର, ଯାଜପୁର,ବ୍ରହ୍ମପୁର, ସହ ଆଜି ଭୁବନେଶ୍ୱର ଠାରେ ମଧ୍ୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

GTV Bharat Celebrates 8th Anniversary with Grandeur

masiha

ଓଡିଶା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!