ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ବିଷକ୍ରିୟା ସନ୍ଦେହ: ବରକିଭଟା ରେ ଦୁଇ ବିହାରୀ ଶ୍ରମିକଙ୍କ ମୃତ୍ୟୁ 

ଖାଦ୍ୟ ବିଷକ୍ରିୟା ସନ୍ଦେହ: ବରକିଭଟା ରେ ଦୁଇ ବିହାରୀ ଶ୍ରମିକଙ୍କ ମୃତ୍ୟୁ 

ନବରଙ୍ଗପୁର:(୨୨/୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନାଅନ୍ତର୍ଗତ ଚକଲାପଦର ପଞ୍ଚାୟତର ବରକିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଖାଦ୍ୟ ବିଷକ୍ରିୟା ଅନୁମାନରେ ବିହାରର ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଦାଦା-ପୁତୁରା ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଶ୍ରୀୟା ସାଦା (୨୦) ଓ ରାକେଶ ସାଦା (୧୮)।ସୂଚନା ଅନୁଯାଇ, ବିହାରର ସାରସା ଜିଲ୍ଲାର ତେଲବଦାଭର୍ଣ ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଝରିଗାଁ ବ୍ଲକ ଅନ୍ତର୍ଗତ ୬ଟି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ପାଇଁ ଗତ ୫୦ ଦିନ ହେଉଛି ବରକିଭଟାରେ ଏକ ଅସ୍ଥାୟୀ କ୍ୟାମ୍ପରେ ରହି କାମ କରୁଥିଲେ। ଗତ ରାତିରେ ସମସ୍ତେ ଭୋଜନ ସରି ଶୋଇଥିଲେ। ତା’ପରେ ରାତି ୧୧ଟା ପାଖାପାଖି ରାକେଶ ଓ ଶ୍ରୀୟାଙ୍କୁ ବାନ୍ତି ଓ ପେଟବେଥା ଆରମ୍ଭ ହେଲା।ପ୍ରଥମେ ସେମାନେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ, କିନ୍ତୁ ସ୍ଥିତି ଗମ୍ଭୀର ହେବାରୁ ଦୁଇଟି ଏମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇ ଥିଲେ। ଏଥିପୂର୍ବରୁ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେହିଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀୟାଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ସେଉଁଠି ବଡିଭୋର ୪ଟା ୩୦ରେ ମୃତ ଘୋଷଣା କରାଯାଇଥିଲା।ଘଟଣା ସମ୍ପର୍କରେ ଝରିଗାଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଯଦିଓ ମୃତ୍ୟୁର ପ୍ରଧାନ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ, ତଥାପି ଖାଦ୍ୟ ବିଷକ୍ରିୟା ହୋଇ ଥିବା ସନ୍ଦେହ ରୁ ଜଣାପଡ଼ୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଗୋଲାମୁଣ୍ଡା ଆଇସିଡ଼ିଏସ ରେ ବ୍ୟାପକ ଦୁର୍ନିତି ! ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କଲା ଯୁବ କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!