ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

ନବରଙ୍ଗପୁର: (ତା ୨.୪.୨୦୨୫) ଗତ କାଲି ତା ୧.୪.୨୦୨୫ ରିଖ ସନ୍ଧ୍ୟା ୭.୦୦ ଘ ସମୟରେ ସ୍ଥାନୀୟ ଶାସ୍ତ୍ରୀ ଭବନ (ଟାଉନ ହଲ) ଠାରେ ଜିଲ୍ଲା ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସ ପାଳନ ମହାସମାରୋହରେ ମୁଖ୍ୟ ଅତିଥି ରୂପେ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ,ନବରଙ୍ଗପୁର ,ବିଶିଷ୍ଟ ଅତିଥି ରୂପେ ମନୋହର ରନ୍ଧାରୀ ମାନ୍ୟବର ବିଧାୟକ ଡ଼ାବୁ ଗାଁ ଓ ସମ୍ମାନୀତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା,ଜିଲ୍ଲାପାଳ ( ରାଜସ୍ଵ) ବିଶ୍ଵଜିତ ବର୍ମନ୍ ଏବଂ ମୁଖ୍ୟବକ୍ତା ଡ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଅତିଥିଗଣ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ରମାନଙ୍କର ନିସ୍ୱାର୍ଥପର ତ୍ୟାଗ ,ବଳିଦାନ ଓ ଉଦ୍ୟମ ସମ୍ପର୍କରେ ସ୍ମୃତି ଚାରଣ ସହ ସମୃଦ୍ଧ ଓ ସଶକ୍ତ ଓଡିଶା ତଥା ଓଡ଼ିଆର ସ୍ୱାଭିମାନ ଓ ଅସ୍ମିତା କୁ ପାଥେୟ କରି ସ୍ବପ୍ନର ଓଡ଼ିଶାକୁ ସାକାର କରିବାରେ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।ଓଡ଼ିଶା ର ଭାଷା ,ସଂସ୍କୃତି, ଏତ୍ୟିହ, ପରମ୍ପରା, ଚଳଣି ,ସାହିତ୍ୟ, ଅସ୍ମିତା କୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ସହ ଏହାର ଉତୋରତ୍ତର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା।ଏହି ଦିବସ ପାଳନ ଅବସରରେ ସକାଳ ୫.୦୦ ଘ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଉତ୍କଳ ବନ୍ଦନା ତଥା ଦେଶାତ୍ମବୋଧକ ସଙ୍ଗୀତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ ହୋଇଥିଲା।ସକାଳ ୭.୦୦ ମି ସମୟରେ ସହରରେ ଅବସ୍ଥାପିତ ୧୩ ଗୋଟି ଓଡ଼ିଶା ର ବରପୁତ୍ର ଏବଂ ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ନିକଟସ୍ଥ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା।ସ୍ଥାନୀୟ ଆମ୍ବେଦକର ଛକ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ , ବି ଆର୍ ଆମ୍ବେଦକର, ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ଠାରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସରକାରୀ ଅଧିକାରୀଙ୍କ ଗ୍ରହଣରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା କରିଥିଲେ। ସଂଧ୍ୟା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ପ୍ରଦୀପ ପ୍ରଜ୍ବଳନ, ସଭାକାର୍ଯ୍ୟ ପରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ,ପ୍ରବନ୍ଧ, ସଙ୍ଗୀତ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀ ତଥା ଝୋଟି, ପିଠା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ବିଦ୍ୟାଳୟ,ଅନ୍ୱେଷା କଳାକେନ୍ଦ୍ର , ପୁରୁଷୋତ୍ତମ କଳାକେନ୍ଦ୍ର ଦ୍ବାରା ଓଡିଶୀ ନୃତ୍ୟ, ଢେମସା,ସମ୍ବଲପୁରୀ, ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା।ଯୁଗଳ କିଶୋର ତ୍ରୀପାଠୀ ଙ୍କ ସଙ୍ଗୀତ ଅନୁଷ୍ଠାନ ର ଛାତ୍ରୀ ମାନେ ପ୍ରାରମ୍ଭ ରେ “ବନ୍ଦେ ଉତ୍କଳ ଜନନୀ “ଗାନ କରିଥିଲେ।ଏହି ଅବସରରେ ୩୧ ଓ ୧ ତାରିଖ ରାତ୍ରି ସମୟରେ ଜିଲ୍ଲା ର ବ୍ଲକ୍ ଓ ସହରାଞ୍ଚଳ ବିଭିନ୍ନ ସରକାରୀ ,ବେସରକାରୀ କୋଠା ମାନଙ୍କରେ ଲିଚୁ ଲାଇଟ୍ ଦ୍ଵାରା ସୁସଜ୍ଜିତ କରାଯାଇଥିଲା।ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟକ୍ରମ ର ପରିଚାଳନା ଓ ଆୟୋଜନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସଞ୍ଚାଳନ କରିଥିଲେ।ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ସୂଚନା ଲୋକ ସମ୍ପର୍କ କାର୍ଯ୍ୟଲୟର କର୍ମଚାରୀ ସହଯୋଗ କରିଥିଲେ। ସଭାରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, କଳାକାର ଅନୁଷ୍ଠାନ ର କର୍ମକର୍ତ୍ତା,ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କନିଷ୍ଠ ଶିକ୍ଷକ ସଂଘ  ଜିଲ୍ଲା ର ନେତୃତ୍ଵ ଚୟନ

masiha

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

Sunil Chandra Nayak

Leave a Comment

error: Content is protected !!