ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ବର ସହରର ମୁଖ୍ଯ ରାସ୍ତା ପାଲଟିଛି ମରଣଯନ୍ତା- ତୁରନ୍ତ ମରାମତି ଦାବୀ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ 

ଜଳେଶ୍ବର ସହରର ମୁଖ୍ଯ ରାସ୍ତା ପାଲଟିଛି ମରଣଯନ୍ତା- ତୁରନ୍ତ ମରାମତି ଦାବୀ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ 

୬.୭ କିମି ରାସ୍ତା ନିର୍ମାଣ ଓ ଓସାରିଆ ପାଇଁ ୧୬.୫୨ କୋଟି ଟଙ୍କାର ବ୍ୟୟବରାଦ-ପୂର୍ତ୍ତ ବିଭାଗର ମୁଖ୍ଯ ନିର୍ମାଣ ଯନ୍ତ୍ରୀ

ଜଳେଶ୍ଵର,୧୧/୯(ମନିସ)– ଜଳେଶ୍ବର ସହର ମଧ୍ୟ ଦେଇଥିବା ଓ.ଟି.ରୋଡ ତଥା ସହର ସଂଲଗ୍ନ ୫୭ ନଂ ଜଳେଶ୍ଵର – ଚନ୍ଦନେଶ୍ୱର ରାଜ୍ୟ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ରାସ୍ତାରେ ବଡବଡ ଖାଲ- ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ରାସ୍ତାରେ ଯାତାୟତ ବିପଦସଙ୍କୁଳ ହୋଇ ଉଠିଛି। ଏହାଛଡା ଠିକ ଭାବେ ଡ୍ରେନେଜ ବ୍ଯବସ୍ଥା ନ ଥିବାରୁ ଅନେକ ସ୍ଥାନରେ ରାସ୍ତାରେ ପାଣି ଜମୁଛି । ଯାହାର ପରିଣାମ ସ୍ୱରୂପ ରାସ୍ତାରେ ପାଣି ଜମିବା ସ୍ଥାନରେ ଖାଲର ଗଭୀରତା ଜାଣି ନ ପାରି ବାଇକ୍- ଗାଡି ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହେଉ ଅଛନ୍ତି। ଏଣୁ ” ସଡକ ସୁରକ୍ଷା ଜୀବନ ରକ୍ଷା ” କେବଳ ସ୍ଲୋଗାନରେ ସୀମିତ ନ ରଖି ଯଥାଶୀଘ୍ର ମରାମତି କାର୍ଯ୍ଯ ଆରମ୍ଭ କରିବା ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଆଜି ଏକ ଦାବିପତ୍ର ଜଳେଶ୍ବରର ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କ ଜରିଆରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଅଛି ଏବଂ ଏହାର ନକଲ ପୌର ପରିଷଦ ନିର୍ବାହୀ ଅଧିକାରୀ ହେମନ୍ତ ସିଂ, ପୂର୍ତ୍ତ ବିଭାଗର ମୁଖ୍ଯ ନିର୍ମାଣ ଯନ୍ତ୍ରୀ ମାନସ କୁମାର ସେଠୀ ସମେତ ଅନ୍ଯ ବରିଷ୍ଠ ସହକାରୀ ଯନ୍ତ୍ରୀ ଇ.ନୟନ ପାଠୀଙ୍କୁ ମଧ୍ଯ ପ୍ରଦାନ କରାଯାଇ ଅଛି। ପାର୍ବଣ ଋତୁର ପୂର୍ବରୁ ରାସ୍ତାର ମରାମତି ନ ହେଲେ ବରିଷ୍ଠ ନାଗରିକ ମଞ୍ଚ ଧାରଣା- ଧର୍ମଘଟ କରିବାକୁ ବାଧ୍ଯ ହେବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ମଞ୍ଚର କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, ଉପଦେଷ୍ଟା ରାଜାରାମ କର ଶର୍ମା, ସମାଜସେବୀ ସିତାଂଶୁ ସେନାପତି,ସମାଜସେବୀ କମଳ ଚକ୍ରବର୍ତ୍ତୀ, ବିଶିଷ୍ଟ ସମାଜସେବୀ ସୁଦର୍ଶନ ଦାସ, ଇଂ ଶ୍ରୀମନ୍ତ କୁମାର ଘୋଷ, ସିଦ୍ଧେଶ୍ବର ତ୍ରିପାଠୀ, ଅବଦୁଲ ସମ୍ମତ,ବରିଷ୍ଠ ଆଇନଜୀବୀ ସୁକୁମାର ରଣା, ଡକ୍ଟର ଅକ୍ଷୟ କୁମାର ପରିଡା, ପ୍ରଶାନ୍ତ କୁମାର ପାତ୍ର, ମହେଶ୍ବର ଜେନା, ସୁଶାନ୍ତ କୁମାର ପରିଡ଼ା,ନଗେନ୍ଦ୍ର କର,ନିତ୍ୟାନନ୍ଦ ଜେନା,ଅନନ୍ତ ଦତ୍ତ ଓ ରବିନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯୋଗ ସମ୍ପର୍କରେ ଜଳେଶ୍ଵର ଗସ୍ତରେ ଆସିଥିବା ମୁଖ୍ଯ ନିର୍ମାଣ ଯନ୍ତ୍ରୀ ମାନସ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଜାତୀୟ ରାଜପଥ ସନ୍ନିକଟ ମହମ୍ମଦ ନଗର ପାଟଣା ପଂଚାୟତର ସେଖ ସରାଇ ହନୁମାନ ମନ୍ଦିର ଠାରୁ ବଡ ବଜାର ବାରମୁହାଁ ପୋଲ ଶେଷ ପର୍ଯ୍ୟନ୍ତ ୬.୭ କିମି ରାସ୍ତା ନିର୍ମାଣ ଓ ଓସାରିଆ ପାଇଁ ୧୬.୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଦୂର୍ଗା ପୂଜା ପୂର୍ବରୁ ସହର ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମ୍ପୃକ୍ତ ଠିକାଦାର ସନ୍ଦୀପ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଇ.ସେଠୀ ସୂଚନା ଦେଇଛନ୍ତି।

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!