ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏନ୍‍ ଏସ୍‍ ଏସ୍‍ ବ୍ୟୁରୋ ଆନୁକୁଲ୍ୟରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୁପେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍‍ କୁମାର ବୄକ୍ଷ ରୋପଣ କରିବା ସହିତ ପାଞ୍ଚପ୍ରାଣ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଏଥିରେ ଅନ୍ୟତମ ଅତିଥି ରୁପେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ବୄକ୍ଷରୋପଣ କରିବା ସହିତ ସମସ୍ତ ସ୍ୱେଛାସେବୀମାନଙ୍କୁ ପାଞ୍ଚପ୍ରାଣ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍‍ ଏସ୍ ଏସ୍‍ ଦ୍ୱାରା ସାରା ଅଞ୍ଚଳରୁ ବୀରଭୂମୀରୁ ମାଟି ସଂଗ୍ରହ କରାଯାଇ ଭାରତ ସରକାରଙ୍କ କାର୍ଯ୍ୟକ୍ରମ “ମେରି ମାଟି ମେରା ଦେଶ” ଉପଲକ୍ଷେ ପ୍ରେରିତ କରାଯିବ । ଏହି ଅବସରରେ ବିଭିନ୍ନ ଅତିଥି ମାନଙ୍କ ମଧ୍ୟରେ ସିପାହୀ ଗଜେନ୍ଦ୍ର ଡାକୁଆ, କୁଳ ସଚିବ ଶ୍ରୀ ପିତାମ୍ବର ଭୋଇ, ସିପିଜିସି ମେଜର ଡଃ ଜୟଦେବ ସାହୁ, ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଡଃ ଚିତ୍ତ ରଂଜନ ଖୁଣ୍ଟିଆ, ଶ୍ରୀ ଜୟନ୍ତ ଦଣ୍ଡସନା, ଡଃ ପ୍ରିୟ ରଂଜନ ବେହେରା, ମିସ୍‍ ରୋଜମେରୀ ଏକ୍କା, ଡଃ କୈଳାସ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ ….

Sunil Chandra Nayak

ପବିତ୍ର ରଥ ଯାତ୍ରା ଅବସରରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଦହି ଓ ଜଳ ବଣ୍ଟନ

masiha

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

masiha

Leave a Comment

error: Content is protected !!