ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ନାବାଳିକା ର ମୃତ ଦେହ ଏକ ନୂତନ ନିର୍ମାଣ କୋଠା ଘର ପାଣି କୁଣ୍ଡରୁ ଉଦ୍ଧାର

ଫୁଲବାଣୀ -:  ୩୧/୫/୨୦୨୩ ରିଖ ବୁଧବାର ଦିନ ଫୁଲବାଣୀ ସହର ମଧ୍ୟସ୍ଥ ନାରାୟଣୀ ରୋଡ଼ ନିକଟସ୍ଥ ଏକ ନୂତନ କୋଠା ଘର ପାଣିକୁଣ୍ଡ ରୁ ପୋଲିସ ଏକ ନାବାଳିକା ର ମୃତ ଦେହ ଉଦ୍ଧାର କରାଯାଇଥିବା ଏକ ଅଭାବନୀୟ ଘଟଣା ଘଟିଥିବା ଫୁଲବାଣୀ ସହରେ ଚଞ୍ଚଲ୍ୟ ସୃଷ୍ଟି ପକରିଛି। ଫୁଲବାଣୀ ବ୍ରାହ୍ମଣୀ ଦେବୀ ମୁଣ୍ଡିଆ ସାହିରେ ଘର କରି ରହୁଥିବା ରାଘବ ବେହେରା ର ୯ ବର୍ଷର ଝିଅ ଆଜକୁ ତିନିଦିନ ହେବ ଦିନ ଦୁଇଟା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା। ଝିଅର ନିଖୋଜ ସମ୍ପର୍କରେ ଫୁଲବାଣୀ ଟାଉନ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। । ଅଭିଯୋଗ ପ୍ରକାର ରେ ପୋଲିସ ନାବାଳିକା ର ସନ୍ଧାନ ନିମନ୍ତେ ତଦନ୍ତ ଜାରି ରଖିଥିଲା। ସେହି ନୂଆ ଘରେ ନାବାଳିକା ଶବ ପାଣି କୁଣ୍ଡ ରେ ପଡି ଥିବା ନିକଟ ଘରେ ଗତକାଲି ବହାଘର ହୋଇଥିବା ବାହାଘର କୁ ଆସିଥିବା ବାଜାବାଲା ମାନେ ଦେଖି ଅନ୍ୟ ମାନଙ୍କୁ କହିଥିଲେ। ତାପରେ ଘଟଣା ପ୍ରଘଟ ହୋଇଥିଲା। ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚି ଥିଲା। ଫୁଲବାଣୀ ସଦର ଥାନା ଅଧିକାରୀ ଅଶୋକ ଗିରି ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନ ତଦନ୍ତ କରି ଥିଲା। ପରିବାର ଲୋକ ଏହା ଏକ ସନ୍ଦେହ ଜନକ ହତ୍ୟା କାଣ୍ଡ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ପୋଲିସ ଉପସ୍ଥିତ ରେ କନ୍ଧମାଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ଦ୍ୱାରା ସେହି କୋଠା ଘରୁ ନାବାଳିକା ର ଶବ ଉଦ୍ଧାର କରି ଟିମ ହ୍ୟୁମାନିଟି ର ଶବବାହାକ ଗାଡି ଗରିବ ରଥ ଦ୍ୱାରା ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ବଡ ମେଡ଼ିକାଲ କୁ ପଠାଯାଇଥିଲା। ଏହି ଦୁଃଖଦ ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ର ପ୍ରବଳ ଭିଡ ଜମିଥିଲା। ପରିବାର ଲୋକ ନାବାଳିକା ଝିଅର ହତ୍ୟାକାରୀ କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବା ସହ କ୍ଷତି ପୂରଣ ଦାବୀ କରି ଦିନ ୧୨ଟା ଠାରୁ ସ୍ଥାନୀୟ ମାଦିକୁନ୍ଦା ଛକରେ ଅଞ୍ଚଳ ସମସ୍ତ ଲୋକ ୫୯ ନଂ ଜାତୀୟ ରାଜପଥ କୁ ଅବରୋଧ କରି ନ୍ୟାୟ ପାଇବା ନିମନ୍ତେ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା କାଳ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ବ୍ରହ୍ମପୁର ବାଲିଗୁଡା ରାସ୍ତା ର ଉଭୟ ପାର୍ଶ୍ଵରେ ଯାନ ବାହାନ ଗୁଡ଼ିକ ଦୀର୍ଘ ୭ ଘଣ୍ଟା ଧରି ଅଟକି ରହିଥିଲା। ରାସ୍ତାରୋକ ଫଳରେ ଯାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପରିବାର ଲୋକଙ୍କ ପାଖରେ ପହଞ୍ଚି ପରିବାର କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରିବାର ଲୋକଙ୍କ ବୁକୁଫଟା କ୍ରନ୍ଦନ ଯୋଗୁଁ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

Sunil Chandra Nayak

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

Leave a Comment

error: Content is protected !!