ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁର ରେ ଯୁବକଙ୍କୁ ଅପହରଣ ପରେ ହତ୍ୟା : ଅଭିଯୁକ୍ତ ଗିରଫ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଖମାର ସାହିର ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାଇଚି। ସୂଚନା ମୁତାବକ ତିନିଦିନ ତଳେ ବାଣପୁର ଖମାର ସାହି ଅଞ୍ଚଳର ଆଶୁତୋଷ ମହାପାତ୍ର ନିଖୋଜ ଥିବାର ବାଣପୁର ଥାନାରେ ତାଙ୍କ ପରିବାର ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା। ଏହି ଆଧାରରେ ବାଣପୁର ପୋଲିସ ତିନିଦିନ ହେବ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମର କୁବେର ପ୍ରଧାନଙ୍କ ପୁଅ ଆଶିର୍ବାଦ ପ୍ରଧାନଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖି ପଚରା ଉଚରା ପରେ ଜଣାପଡିଲା ଯେ ଆଷୁତୋଷ ଯୁବକକୁ ପ୍ରଥମେ ଅପହରଣ କରି ଏକ ରଶିରେ ତଣ୍ଟିଚିପି ହତ୍ୟା କରିବା ପରେ କୂଅ ଭିତରେ ପକେଇ ଥିବାର ପୋଲିସ ସମ୍ମୁଖରେ ରାଜି ହୋଇ ଯାଇଥିଲା। ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ଏକ ଟିମ ଦୀକ୍ଷିତପଡ଼ା ଗ୍ରାମକୁ ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହ ବନ୍ଧ ଘରକୁ ଯାଇ ସିନ ରିକ୍ରିଏସନ କରିଥିଲା। ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ, ବାଣପୁର ଥାନା ଅଧୀକାରୀ ଜୟ ପ୍ରକାଶ ପରିଡା, ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ତନା ଘନା କରିବା ସହ ବାଣପୁର ଅଗ୍ନୀଶମ ବାହିନି ଦ୍ଵାରା ଗଭୀର କୂଅରୁ ଆଶୁତୋଷର ମୃତ ଶରୀର ଉଦ୍ଧାର କରାଯାଇ ଥିଲା।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

Sunil Chandra Nayak

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

Leave a Comment

error: Content is protected !!