ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

ନୂଆପଡ଼ା  // ନୂଆପଡା ଜିଲ୍ଲା ମାଓ ଅଧ୍ୟୁଷିତ ଅଞ୍ଚଳ ବୋଡେ଼ନ ଥାନା ଅଧୀନରେ ଥିବା ଧୋବିଘାଟ କ୍ୟାମ୍ପ ସମ୍ମୁଖରେ ତାରିଖ ୨୨ ଠାରୁ ୨୪ ପର୍ଯ୍ୟନ୍ତ ମାଓ ପ୍ରବଣ ଅଂଚଳ ଯଥା ଧୋବିଘାଟ , କୁଇମୁଣ୍ଡି, ସାନପଡ଼ା ,ସାହାଜପାନୀ,ଆଦି ଗାଁ ର ଲୋକମାନଙ୍କ ମନୋରଞ୍ଜନ ପାଇଁ ଦେଶ ଭକ୍ତି ଫିଲ୍ମ ,ସ୍ୱତନ୍ତ୍ରତା ସଂଗ୍ରାମୀ ,ତଥା ଭାରତୀୟ ମହାନ ରାଜନେତାଙ୍କ ସମ୍ୱନ୍ଧୀୟ କାହାଣୀ ଆଦି ଦେଖାଇ ଯବାନ ମାନେ ମନରଞ୍ଜନ କରିଥିଲେ। ତାରିଖ ୨୫ ଦିନ ଧୋବିଘାଟ କ୍ୟାମ୍ପ ସମ୍ମୁଖରେ ଏହି ଅଂଚଳର ଯୁବକ ମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ଉକ୍ତ ସମାରୋହ ଉତ୍ସବ ରେ ମୁଖ୍ୟ ଅତିଥି ଭାଵରେ ସରପଞ୍ଚ ଶ୍ରୀମତୀ ଗିରିଜା ମାଝୀ ଏବଂ ସିଆରପିଫ ୨୧୬ ବାଟାଲିୟନ ଉପ ମହାନିର୍ଦେଶକ ଶ୍ରୀ ନିତ୍ୟନନ୍ଦମ୍ ଟି.ମାନଚାଷୀନ ଥିବା ବେଳେ ଆଖ ପାଖ ର ସତାଧିକ ଲୋକ ଉପସ୍ଥିତ ରହି ସିଭିକ ଆକ୍ସନ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ଶେଷରେ ଯବାନ ମାନଙ୍କ ଦ୍ୱାରା ଉପସ୍ଥିତ ଥିବା ଲୋକ ମାନଙ୍କ ପାଇଁ ଖାଇବାର ବ୍ୟବସ୍ଥ୍ୟ ମଧ୍ୟ କରାଯାଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

Sunil Chandra Nayak

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

Sunil Chandra Nayak

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

masiha

Leave a Comment

error: Content is protected !!